ଜଗଦାରେ ଅଷ୍ଟପ୍ରହର ନାମଯଜ୍ଞ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦାରେ ଦୋଳ ପୂର୍ଣ୍ଣିମା ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣିମା ପୂର୍ବଦିନ ସନ୍ଧ୍ୟାରେ ନିକଟସ୍ଥ ଜଳାଶୟରୁ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ବିଧିବିଧାନ ଅନୁଯାୟୀ ଘଟ ସ୍ଥାପନା ଓ ଅଧିବାସ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ପୂର୍ଣ୍ଣିମା ଦିନ ସକାଳ ୮ ଟାରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିବା ବେଳେ ହୋଲି ଦିନ ପୂର୍ଣ୍ଣାହୁତି ହୋଇଥିଲା । ଏହି ଅଷ୍ଟପ୍ରହର ନାମଯଜ୍ଞରେ ପୂଜକ ଭାବରେ ଶିବପ୍ରସାଦ ଦାସ ଦାୟିତ୍ୱ ତୁଲାଇଥିବା ବେଳେ ରବୀନ୍ଦ୍ର ନାଥ ହୋତା କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ସାରନଗରୀ ଭଞ୍ଜ କଲୋନୀର ସ୍ମୃତି ମଧୁର ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଆକର୍ଷଣୀୟ କୀର୍ତ୍ତନ ପରିବେଷଣ କରିଥିଲେ । କୀର୍ତ୍ତନ ଆୟୋଜନରେ ଦୁଃଶାସନ ସାହୁ, ମଧୁସୂଦନ ସାହୁ, ବିଭୁରାମ ମିଶ୍ର, ଚିତ୍ତରଞ୍ଜନ ବାରିକ, ଆଶିଷ ହୋତା, ସୁମନ୍ତ ମିଶ୍ର, ବିଭୁତି ପରିଡା, ପିୟୁଷ ମିଶ୍ର, ସୁବ୍ରତ ଦାସ, ଅଭିଷେକ ପ୍ରଧାନ, ତୁଷାରକାନ୍ତ ବାରିକ, ରାମକୃଷ୍ଣ ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.