ସେଞ୍ଚୁରିଆନ୍‌ ୟୁନିଭର୍‌ସିଟି ଆଂଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ତଥା ବିଜେଡ଼ି ଯୁବନେତା ଲୋଟସ୍‌ ଷଡଙ୍ଗୀଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ହାଟପଦାପଡ଼ା ନିବାସୀ ସେଞ୍ଚୁରିଆନ୍‌ ୟୁନିଭର୍‌ସିଟିର ଆଂଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀ ତଥା ବିଜେଡ଼ି ଯୁବନେତା ଲୋଟସ୍‌ ଷଡଙ୍ଗୀଙ୍କ ମାତା ପ୍ରମୋଦିନୀ ଷଡ଼ଙ୍ଗୀ(୭୭)ଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ୩ ମାସ ଧରି ବୃଦ୍ଧାବସ୍ଥାଜନିତ ରୋଗରେ ପୀଡ଼ିତ ଥିବାବେଳେ ଗତକାଲି ସଂଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ରାତି ପ୍ରାୟ ୨ଟା ୩୦ମି. ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା ଖବର ମିଳିଛି । ଦୁଇ ପୁଅ ପ୍ରଦୀପ ଓ ଲୋଟସ୍‌, ଦୁଇ ବୋହୂ, ଚାରି ଝିଅ ଡଲି, ମୀନା, ଡେଜି ଓ ରୋଜି ତଥା ନାତି ନାତୁଣୀ ତାଙ୍କ ଶେଷ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ସ୍ୱର୍ଗତା ପ୍ରମୋଦିନୀ ଷଡ଼ଙ୍ଗୀ ହେଉଛନ୍ତି ୨୦୦୫ରେ ପରଲୋକ ଗମନ କରିଥିବା ଅବସରପ୍ରାପ୍ତ ରେଂଜର ପଦ୍ମଲୋଚନ ଷଡଙ୍ଗୀଙ୍କ ଧର୍ମପତ୍ନୀ । ସହରର ବହୁ ବିଶିଷ୍ଟ ବ୍ୟକ୍ତି ତଥା ରାଜନେତାମାନେ ଆଜି ସକାଳୁ ତାଙ୍କ ଶେଷ ଦର୍ଶନ କରି ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ସ୍ଥାନୀୟ ବିଭୂତିପଡ଼ା ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କ ଶବ ସକ୍ରାର କରାଯାଇଥିବା ବେଳେ ତାଙ୍କ ଜ୍ୟେଷ୍ଠପୁତ୍ର ପ୍ରଦୀପ ମୁଖାଗ୍ନି ଦେଇଛନ୍ତି ।

Leave A Reply

Your email address will not be published.