ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମେଡି କିଙ୍ଗ୍‌ କପିଲ ଶର୍ମା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଚଚ୍ଚଚିତ୍ର ସୁଟିଂ କରୁଛନ୍ତି । ତେବେ ଏହି ଅବସରରେ ଗତକାଲି କମେଡି କିଙ୍ଗ୍‌ କପିଲ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ କେବଳ କପିଲ ନୁହଁନ୍ତି ବରଂ ଓଡ଼ିଆ ଝିଅ ତଥା ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ ମଧ୍ୟ ନବୀନଙ୍କୁ ଭେଟିଛନ୍ତି । ଉଭୟଙ୍କ ସହ ବେଶ କିଛି ସମୟ ଆଲୋଚନା କରିଥିଲେ ନବୀନ । ପରେ ଭାରତୀୟ ହକି ଟିମର ଏକ ଜର୍ସି ଉଭୟଙ୍କୁ ଉପହାର ଆକାରରେ ଦେଇଥିଲେ ନବୀନ । ଏହାସହ କପିଲଙ୍କୁ ଏକ କୋଣାର୍କ ଚକ୍ରର ପ୍ରତିମୂର୍ତ୍ତି ଦେଇଥିଲେ ନବୀନ । ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଉପସ୍ଥିତ ରହିଥିଲେ ୫ଟି ସଚିବ ଭି.କେ ପାଣ୍ଡିୟାନ ।

Leave A Reply

Your email address will not be published.