ୟୁରିଆ ସାର ପାଇଁ ଚାଷୀଙ୍କ ରାସ୍ତା ରୋକ୍

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କେମ୍ପ ନିକଟରେ ଇଫକୋ ୟୁରିଆ ସାର ସହିତ ଜୋର ଜବରଦସ୍ତ ଭିଟାମିନ ବିକ୍ରି କରିବା ପ୍ରତିବାଦରେ ଗତକାଲି ଚାଷୀମାନେ ରାସ୍ତା ରୋକ୍ କରିଥିଲେ । ଇଫକୋ ୟୁରିଆ ବିକ୍ରୟ କେନ୍ଦ୍ରରେ ଚାଷୀମାନଙ୍କୁ ୟୁରିଆ ସାର ସହିତ ଭିଟାମିନ ନେବାକୁ ସେଠାକାର କର୍ମଚାରୀମାନେ ବାଧ୍ୟ କରୁଥିଲେ । ଭିଟାମିନ ନ ନେଲେ ସାର ମିଳିବ ନାହିଁ ବୋଲି ରୋକ ଠୋକ ଶୁଣାଉଥିଲେ । ଏହାର ପ୍ରତିବାଦରେ ଚାଷୀମାନେ ମୁମ୍ବାଇ-କୋଲକାତା ଜାତୀୟ ରାଜପଥକୁ ୪ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣା ସ୍ଥଳରେ କୃଷି ଅଧିକାରୀ ସନ୍ତୋଷ କୁମାର ବେହେରା, ସମ୍ବଲପୁର ସ୍ଥିତ ଇଫକୋ ୟୁରିଆ ସାର କମ୍ପାନୀର ଆଞ୍ଚଳିକ ପ୍ରବନ୍ଧକ ଓ ପୋଲିସ ଅଧିକାରୀ ପହଞ୍ଚି ଚାଷୀମାନଙ୍କୁ ୨ ବସ୍ତା ଲେଖାଏଁ ୟୁରିଆ ସାର ଦିଆଯିବାକୁ ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.