jayashree

ଜିଲ୍ଲାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶୀ ସାଂସଦ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ ପର୍ସନମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି । ସେହିପରି ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବକ ଯୁବତୀଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ମଂଚାସୀନ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ବ) ସୂର୍ୟ୍ୟ ନାରାୟଣ ଦାଶ, ଯୋଗଦାନ କରି ରାଷ୍ଟ୍ର ଗଠନରେ ଯୁବକ ଯୁବତୀମାନଙ୍କ ଗୁରୁଦାୟିତ୍ୱ ରହିଥିବା କହିବା ସହ ସେମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଏଭି ନରସିଂହା ନେହେରୁ ଯୁବକେନ୍ଦ୍ର ଅଧିକାରୀ, ଅଧ୍ୟକ୍ଷା ରିତାଞ୍ଜଳୀ ପୂଜାରୀ, ବିପି ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଅଧ୍ୟକ୍ଷା କିରଣବାଳା ଦାଶ, ବି ପି ମହିଳା ସେକେଣ୍ଡାରୀ ମହାବିଦ୍ୟାଳୟ, ପ୍ର. ଉମାକାନ୍ତ ନାଗ- ସୋନପୁର କଲେଜ, ପ୍ର ମଦନ ସୁନ୍ଦର କ୍ଷେତୀ-ଇଂରାଜୀ ଆଧ୍ୟପକ, ବି ପି ମହିଳା ମହାବିଦ୍ୟାଳୟ, ବିପିନ ବିହାରୀ ଜେନା, (ଏପିଏସ) -ଏନ.ୱାଇ. କେ. ସୋନପୁର, ଯୋଗଦାନ କରିଥିବା ବେଳେ ରିସୋର୍ସ ପର୍ସନ ଭାବେ ଆର୍ତତ୍ରାଣ ପାଢ଼ୀ- ଜିଲ୍ଲା ଉନ୍ନୟନ ପରାମର୍ଶ ଦାତା-ନକୁଳ ନାଏକ, ପ୍ରଥମ ଏଜୁକେଶନାଲ ଫାଉଣ୍ଡେସନ, ଓ ଚତୁର୍ଭୁଜ ଦାଶ-ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସୋନପୁର ଯୋଗଦାନ କରିଥିଲେ । ପ୍ର.ମଦନ ସୁନ୍ଦର କ୍ଷେତୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରସ୍ୱତୀ ଦାଶ, ଅଧ୍ୟାପିକା ରାଜନୀତି ବିଜ୍ଞାନ ଧନ୍ୟବାଦ ଅର୍ପଣ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଯୁବ ସାଥୀ କୃପାସିନ୍ଧୁ ସା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.