ମହାରାଷ୍ଟ୍ରରେ ମଧ୍ୟ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବୀ, ୯୨ ବିଜେପି ବିଧାୟକ ନେଲେ ବଡ ପଦକ୍ଷେପ

ମୁମ୍ବାଇ : ଦେଶର ଅନେକ ରାଜ୍ୟରେ କାଶ୍ମୀର ପଣ୍ଡିତଙ୍କ ଗଣସଂହାର ଏବଂ ସେମାନଙ୍‌ଙ୍କ ପଳାୟନ ଉପରେ ନିର୍ମିତ ‘ଦ କାଶ୍ମୀର ଫାଇଲ୍ସ’ ଟ୍ୟାକ୍ସ ଫ୍ରିି କରାଯାଇଛି । ଏଥି ସହିତ ମହାରାଷ୍ଟ୍ରର ବିଜେପି ବିଧାୟକମାନେ ଏହି ଚଳଚ୍ଚିତ୍ରକୁ ରାଜ୍ୟରେ ମନୋରଞ୍ଜନ କର ମୁକ୍ତ କରିବାକୁ ଦାବୀ କରିଛନ୍ତି, ଏଥିପାଇଁ ସେମାନେ ଏକ ବଡ ପଦକ୍ଷେପ ନେଇଛନ୍ତି ।

ମହାରାଷ୍ଟ୍ର ସରକାରରେ ବିରୋଧୀ ବିଜେପିର ୯୨ ଜଣ ବିଧାୟକ ଏକ ସ୍ମାରକପତ୍ରରେ ଦସ୍ତଖତ କରିଛନ୍ତି, ଯାହା ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ପାଇଁ ମନୋରଞ୍ଜନ କର ମୁକ୍ତ କରିବାକୁ ଦାବୀ କରିଛି । ଏହି ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ବିଧାନସଭା ପବ୍ଲିକ ଆକାଉଣ୍ଟସ କମିଟିର ସଭାପତି ସୁଧୀର ମୁନଙ୍ଗଟିୱାରଙ୍କ ନିକଟରେ ଦାଖଲ କରାଯାଇଛି । ବିଜେପି ନିଜ ବିବୃତ୍ତିରେ କହିଛି ଯେ, ଏହି ଚଳଚ୍ଚିତ୍ର ଦେଶପ୍ରେମ ଏବଂ ଜାତୀୟତାର ଭାବନାକୁ ଦର୍ଶାଉଛି । ଜିହାଦୀମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦର୍ଶାଉଥିବା ଚଳଚ୍ଚିତ୍ର ସମାଲୋଚକ ତଥା ଦର୍ଶକଙ୍କ ଦ୍ୱାରା ଗ୍ରହଣ କରାଯାଇଛି । ତେବେ ଏପର୍ୟ୍ୟନ୍ତ ଏହି ଚଳଚ୍ଚିତ୍ରଟି ବିଜେପି ଶାସିତ ଉତ୍ତରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ହରିୟାଣା ଏବଂ ଅନ୍ୟାନ୍ୟ ରାଜ୍ୟରେ ମନୋରଞ୍ଜନ କରରୁ ମୁକ୍ତ ହୋଇଛି । ଏହି ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ବୁଧବାର ଦିନ ଆସାମ ସରକାର ଏହି ଚଳଚ୍ଚିତ୍ର ଦେଖିବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଅଧା ଦିନ ଛୁଟି ଦେଇଛନ୍ତି ।

Leave A Reply

Your email address will not be published.