ଦେଓଗାଁ ବ୍ଲକ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଦୟାନିଧି ଖମାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ମଧ୍ୟାହ୍ନ ୧୨ଟା ସମୟରେ ଦେଓଗାଁ ବ୍ଳକର ୧୨ନମ୍ବର ଅଧ୍ୟକ୍ଷ ଭାବେ ବ୍ରାହ୍ମଣୀଜୋର ପଞ୍ଚାୟତର ସମିତି ସଭ୍ୟ ଦୟାନିଧୀ ଖମାରୀ(ମଣ୍ଟୁ) ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାୟ ସାଢ଼େ ୧୧ଟା ସମୟରେ ନିଜ ରାଜନୈତିକ ସମର୍ଥକ, କିଛି ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଓ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟା ଶ୍ରୀମତୀ ମମତା କୁମୁରାଙ୍କ ସହ ପହଞ୍ଚିଥିଲେ ଦେଓଗାଁ ବ୍ଲକ କାର୍ୟ୍ୟାଳୟରେ । ଦେଓଗାଁ ବିଡିଓ ମୁରଲିଧର ନାଏକ, ଜିପିଇଓ ଶ୍ରୀମତୀ ପୁଷ୍ପାଞ୍ଜଳି ନାଏକ ସହ ବ୍ଳକର ସମସ୍ତ କର୍ମଚାରୀ ଫୁଲତୋଟା ଦେଇ ସ୍ୱାଗତ କରିବା ପରେ ପୂର୍ବରୁ ପ୍ରସ୍ତୁତ କରିଥିବା ବ୍ଲକ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ଶ୍ରୀ ଖମାରୀଙ୍କୁ ବସାଯାଇଥିଲା । ଏହି ସମୟରେ ଦେଓଗାଁ ବ୍ଳକ ବିଜେଡ଼ି ସଭାପତି ସୁଶୀଲ ଚାନ୍ଦ, ପୂର୍ବ ବ୍ଲକ ଅଧ୍ୟକ୍ଷ ବିଜୟ ସାହୁ, ବିଜେଡ଼ି ଜିଲା ସାଧାରଣ ସଂପାଦକ ତଥା ବିଜେଡ଼ି ନେତା ଉମାଶଙ୍କର ସିଂ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଖମାରୀଙ୍କ ପତ୍ନୀ ତଥା ସାରସମାଲ ସମିତି ସଭ୍ୟା ପଙ୍କଜିନୀ ଖମାରୀ, ଧଣ୍ଡାମାଲ ସମିତି ସଭ୍ୟ ଶଙ୍କର ମୁଦୁଲି, ଜରାସିଂହା ସମିତି ସଭ୍ୟ ଅମିତ ତ୍ରିପାଠୀ, ସରପଞ୍ଚ କୁଶମଣି ମେହେର, ବନ୍ଧପଡ଼ା ସମିତି ସଭ୍ୟ କାନ୍ତେଶ୍ୱର ପଧାନ, ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ବ୍ରାହ୍ମଣୀଜୋର ସରପଞ୍ଚ ମହେନ୍ଦ୍ର ମଲ୍ଲିକ ସହ ବିଭିନ୍ନ ପଞ୍ଚାୟତରୁ ନିର୍ବାଚିତ ହୋଇଥିବା ସମତି ସଭ୍ୟ, ସରପଞ୍ଚମାନେ ଉପସ୍ଥିତ ଥିଲେ । ଯୁବନେତା ଅନ୍ତର୍ୟ୍ୟାମୀ ଭୋଇ, ଲିଙ୍ଗରାଜ ଭୋଇ, ଜୟ ରଣା ସମେତ ଦେଓଗାଁ ବ୍ଳକର ଉଭୟ ୧୨ ଓ ୧୩ ନମ୍ବର ଜୋନର ବିଭିନ୍ନ ଗାଁରୁ ସମର୍ଥକମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.