ଜିଲ୍ଲାରେ ପୌରନିର୍ବାଚନ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ : ତାଲିମ ନେଲେ ୧୨୦ ଜଣ ଅଧିକାରୀ

ସୁବର୍ଣ୍ଣପୁର , (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି, ବିନିକା ଏନ୍‌ଏସି ଓ ତରଭା ଏନ୍‌ଏସିରେ ନିର୍ବାଚନ ପରିଚାଳନା ପାଇଁ ଆଜି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୪ରେ ହେବାକୁ ଥିବା ଭୋଟଗ୍ରହଣ ପାଇଁ ୩ ଗୋଟି ପୌରାଞ୍ଚଳର ସମୁଦାୟ ୩୯ଟି ୱାର୍ଡର ୪୮ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ଆବଶ୍ୟକ ୧୨୦ ଜଣ ସେକ୍ଟର ଅଫିସର, ପ୍ରିଜାଇଣ୍ଡିଙ୍ଗ ଓ ଫାଷ୍ଟ ପୁଲିଂ ଅଫିସରଙ୍କୁ ନେଇ ଏକ ତାଲିମ ଶିବିର ସୋନପୁର ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ) ସୂର୍ଯ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦେଶକ ଡିଆର୍‌ଡିଏ ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ତହସିଲଦାର ବିନିକା ମୁକ୍ତେଶ୍ଵର ପାଣିଗ୍ରାହୀ, ନିର୍ବାହୀ ଅଧିକାରୀ ସୋନପୁର ମ୍ୟୁନିସିପାଲିଟି ସୂର୍ଯ୍ୟାଂଶୁ ରୁଟଙ୍କ ଉପସ୍ଥିତିରେ ମାଷ୍ଟର ଟ୍ରେନର ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ ପାୱାର ପଏଣ୍ଟ ଜରିଆରେ ଇଭିଏମ୍‌ରେ ଭୋଟ ଗ୍ରହଣ ପଦ୍ଧତିର ଡେମୋ ତଥା ଟେଣ୍ଡର ଭୋଟ ଏବଂ ଚେଲେଞ୍ଜ ଭୋଟ ପାଇଁ ଆବଶ୍ୟକ ନିୟମାବଳୀ ଓ ଭୋଟିଙ୍ଗ ପକ୍ରିୟା ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଷ୍ଟର ଟ୍ରେନର ଶଶୀଭୂଷଣ ପ୍ରଧାନ, ଏବିଡିଓ, ସୋନପୁର, ଶ୍ରୀକୁମାର ରଥ – ନିର୍ବାହୀ ଅଧିକାରୀ, ବିନିକା ଏନଏସି, ଦେବାଶିଷ ଭୁଁୟା -ଜେଇ, ସୋନପୁର ମ୍ୟୁନିସିପାଲିଟି, ପ୍ରମୁଖ ତାଲିମ ପ୍ରଦାନ କରି ନିର୍ବାଚନ ପରିଚାଳନା ନିୟମାବଳୀ ଉପରେ ଆଲୋକପାତ କରିଥିଲେ । ପୌର ନିର୍ବାଚନ ନୋଡାଲ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ସାଧାରଣ ଓ ବିବିଧ ଶାଖା ସୂର୍ଯ୍ୟମଣୀ ଭୋଇ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.