ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକ୍‌ର ସୋନପୁର ଚେପ୍ଟର ପାଇଁ ସୁନାମଧନ୍ୟ ସିନେ ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ ଆବାହକ ଭାବେ ମନୋନୀତ ହୋଇଛନ୍ତି । ଜଣେ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ, କବି ତଥା ସଂସ୍କୃତି ସଂଗଠକ ଭାବେ ପ୍ରଦ୍ୟୁମ୍ନ ପରିଚିତ । ପୂର୍ବରୁ ଇନଟାକ୍ ସୋନପୁର ଚେପ୍ଟରର ସହ-ଆବାହକ ଭାବେ ଐତିହ୍ୟର ସୁରକ୍ଷା ପାଇଁ କାର୍ଯ୍ୟ ସଂପାଦନ କରି ଅଭିଜ୍ଞତା ସାଉଁଟିଛନ୍ତି । ଠିକ୍ ସେହିପରି ସହ-ଆବାହକ ଭାବେ ମନୋନୀତ ବଣମାଳି ପଣ୍ଡା ହେଉଛନ୍ତି ଜଣେ ସଫଳ ସଂସ୍କୃତି ସଂଗଠକ । ଇନଟାକ୍‌ ସୋନପୁର ଚେପ୍ଟରର ସଭ୍ୟମାନେ ଉଭୟଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଐତିହ୍ୟ ସଂପନ୍ନ ସୋନପୁର ଜିଲ୍ଲାର ଐତିହ୍ୟର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଦିଗରେ ଦୟିତ୍ଵପୂର୍ଣ୍ଣ ଭାବେ କାର୍ଯ୍ୟ ସଂପାଦନ କରିବେ ବୋଲି ଏହି ଅବସରରେ ଉଭୟେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.