oom

ଘୁନସର ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ନବ ନିର୍ବାଚିତ ସରପଞ୍ଚ ଅନୁରାଧା ସେଠ : ପଞ୍ଚାୟତବାସୀଙ୍କ ମହଲରେ ବେଶ ଉତ୍ସାହ

jsmm

ସଇଁତଲା, (ପ୍ରମୋଦ ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗ୍ରାମ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଭାବରେ ଅନୁରାଧା ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସରପଞ୍ଚ ଦ୍ରୌପଦୀ ବେହେରାଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସମୟରେ ସମସ୍ତ ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଓ ପଞ୍ଚାୟତବାସୀଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଏହି ଘୁନସର ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢିବା ସହ ପଞ୍ଚାୟତର ବିକାଶ ଦିଗରେ ନିର୍ବାଚିତ ପ୍ରତିନିଧିମାନେ ମଧ୍ୟ ସହଭାଗି ହେବେ ଏହା ସହିତ ମୋତେ ସରପଞ୍ଚ ଭାବେ ବିପୁଳ ଭୋଟ ଦେଇ ବିଜୟୀ କରିଥିବାରୁ ଘୁନସର ପଞ୍ଚାୟତବାସୀଙ୍କୁ ନୂତନ ସରପଞ୍ଚ ଶ୍ରୀମତୀ ସେଠ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି । ଏହି ଦାୟିତ୍ୱ ନେବା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ୍ମକାନ୍ତ ପାଣିଗ୍ରାହୀ, ପୂର୍ବତନ ନାଏବ ସରପଞ୍ଚ ଚମ୍ପୁ ସେଠ, ଦେବରାଜ ପ୍ରଧାନ ତଥା ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବରମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.