ଛତ୍ରପୁର ୮ ନମ୍ବର ୱାର୍ଡରେ ସମାଜସେବୀ କେ.ରମେଶଙ୍କ ପ୍ରଚାର ଜୋରସୋର

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମେନ୍‌ରୋଡ଼, କପିଳି ସାହି, ପାତ୍ରସାହି, ନୀଳକଣ୍ଠେଶ୍ୱର ସାହି ଆଦିକୁ ନେଇ ଗଠିତ ୮ ନମ୍ବର ୱାର୍ଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଭୋଟ ପ୍ରଚାରରେ ବିଜେଡି ପ୍ରାର୍ଥୀ କେ.ରମେଶ ରାଓ ଜୋରସୋର ଉଦ୍ୟମ ଚଳାଇ ଆସିଛନ୍ତି । ନିଜ ସମର୍ଥକଙ୍କ ସହ ଏବଂ ମଝିରେ ମଝିରେ ଚେୟାରମ୍ୟାନ ପ୍ରାର୍ଥିନୀ ବିଜେଡି ନେତ୍ରୀ ଟି. ଲକ୍ଷ୍ମୀଙ୍କର ମିଳିତ ଉଦ୍ୟମ କ୍ରମେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ଉଦ୍ୟମ ଜାରୀ ରଖିଛନ୍ତି । ରମେଶ ନୀଳକଣ୍ଠେଶ୍ୱର ମନ୍ଦିରର ଉନ୍ନୟନ କମିଟିରେ ମୁଖ୍ୟ ଥିବା ବେଳେ ଏହି ୱାର୍ଡରେ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟରେ ସଦା ସକ୍ରୀୟ ହୋଇ ବେଶ ଜନସମ୍ପର୍କ ଗଢ଼ି ଆସିଛନ୍ତି । ବିଗତ ଥର ସେ ତାଙ୍କ ଧର୍ମପତ୍ନୀ କେ.କ୍ରାନ୍ତିଙ୍କୁ କାଉନ୍ସିଲର ପ୍ରାର୍ଥିନୀ କରାଇ ବିପୁଳ ଭୋଟରେ ବିଜୟୀ କରାଇ ବେଶ ସୁନାମ ରେକର୍ଡ ଆଣିଥିଲେ । ଆଜି ମଧ୍ୟ ସେ ତାଙ୍କରି ୮ ନମ୍ବର ୱାର୍ଡରେ ବିଜୟୀ ଆଶା ରଖିଛନ୍ତି । ସେ ବିଜୟୀ ହେଲେ ଆହୁରି ଅନେକ ଜନମଙ୍ଗଳ କାର୍ଯ୍ୟ କରିବାର ସୁଯୋଗ ପାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.