୧୦ କିଲୋର ଲ୍ୟାଣ୍ଡମାଇନ୍‌ ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ଠାବ ହେଲା ୧୦ କିଲୋର ଲ୍ୟାଣ୍ଡମାଇନ୍‌ । ସୂଚନା ଅନୁସାରେ, ମାଲକାନଗିରି ସୀମାନ୍ତ କରିଗୁଡେମ ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ବେଶଲି ସନ୍ଦେହ କରାଯାଉଛି । ହେଲେ ସିଆର୍‌ପିଏଫ୍‌ର ୧୫୦ ବାଟାଲିଆନର ଯବାନମାନେ ସେହି ରାସ୍ତା ଦେଇ ଯାଇଥିବା ସମୟରେ ଯାଞ୍ଚ କରିଥିଲେ । ପରେ ସେଠାରେ ପ୍ରାୟ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ୍‌ ଲାଗିଥିବା ଜଣାପଡିଥିଲା । ପରେ ଜବତ କରାଯାଇଥିବା ଲ୍ୟାଣ୍ଡମାଇନ୍ ସିଆର୍‌ପିଏଫ୍‌ ଓ ଡିଆର୍‌ଜି ବାହିନୀ ମିଶି ନିଷ୍କିୟ କରିଛନ୍ତି ।

Leave A Reply

Your email address will not be published.