ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିିନେଟ ସମିତି(ସିସିଏସ୍) ବୈଠକ ଅନୁଷ୍ଠିତ
- ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ୱ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନର ସମୀକ୍ଷା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ୍) ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ୱ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନ ଏବଂ ଭାରତର ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା । ଭାରତର ସ୍ଥଳ ସୀମା, ସାମୁଦ୍ରିକ ସୀମା ଏବଂ ବାୟୁସୀମାରେ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଏବଂ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯାଇଥିଲା । ୟୁକ୍ରେନରେ ସାମ୍ପ୍ରତିକ ପରିସ୍ଥିତି, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରୀକ ଏବଂ ଭାରତର ପଡୋଶୀ ରାଷ୍ଟ୍ରର ନାଗରିକ ମାନଙ୍କୁ ଉଦ୍ଧାର କରିିବା ଲାଗି ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା । ଖାରକିଭ୍ରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ସ୍ୱଦେଶ ଫେରାଇ ଆଣିବା ଲାଗି ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ।