jayashree

ନିଖିଳ ଓଡିଶା ଆଶା କର୍ମୀ ସଂଘର ସଇଁନ୍ତଲା ବ୍ଲକ ସମ୍ମିଳନୀ ଓ ଆସନ୍ତା ତା.୨୮ ଓ ୨୯ ତାରିଖ ଦୁଇ ଦିନିଆ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ ରୂପାୟନ ଦେବାକୁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ପ୍ରମୋଦ ସେଲମା) : ଏଆଇଟିୟୁସି ସହ ସହ ବନ୍ଧିତ ନିଖିଳ ଓଡିଶା ଆଶା କର୍ମୀ ସଂଘର ସଇଁନ୍ତଲା ବ୍ଲକ କମିଟିର ଏକ ସମ୍ମିଳନୀ ସଇଁନ୍ତଲା ସ୍ଥିତ ବିବେକାନନ୍ଦ ପାଠାଗାର ଠାରେ ବାସୁମତି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ସଂପାଦିକା ତପିସା ନାଗ ପ୍ରାରମ୍ଭିକ ସୂଚନା ଦେଇଥିଲା । ବଲାଙ୍ଗିର ଜିଲ୍ଲା ସଂଘର ସଭାପତି ତୀର୍ଥ ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ମିଳିତ ଆନ୍ଦୋଳନ ପାଇଁ ଆହ୍ୱାନ ଦେବା ସଙ୍ଗେ ସଙ୍ଗେ ଆସନ୍ତା ତା.୨୮ ଓ ୨୯ ଦୁଇ ଦିନ ବ୍ୟାପି ସଇଁନ୍ତଲା ସିଏଚ୍‌ସି କାର୍ଯ୍ୟାଳୟ ବନ୍ଦ କରିବା ସହିତ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଦେଇ ବନ୍ଦ ପାଳନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ତମ କୁମ୍ଭାର ସଭା ପରିଚାଳନା କରିଥିଲେ । ଜିଲ୍ଲା ସଂଘର ଉପଦେଷ୍ଟା କମିଟିର ଦୁର୍ଯ୍ୟୋଧନ ବିଶ୍ୱାଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭାରତ ବନ୍ଦକୁ ଦୃଢ ସମର୍ଥନ ଦେବାକୁ ଆଶା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସଇଁନ୍ତଲା ଅଂଚଳର ବିଭିନ୍ନ ସ୍ଥାନରୁ ଆଶା କର୍ମୀମାନେ ଉକ୍ତ ବୈଠକରେ ବହୁ ସଂଖ୍ୟା ଯୋଗ ଦେଇଥିଲେ ।

Leave A Reply

Your email address will not be published.