jsm

ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ ଉଦ୍‌ଯାପିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନେହେରୁ ଯୁବକେନ୍ଦ୍ର ତଥା ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଯୁବା ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ସାଇଟ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆରଡିଏ.ର ଜିଲ୍ଲା ସଂଯୋଜକ(ଦକ୍ଷତା) ମୁକେଶ ସିଂ, ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ପ୍ରଭାସ ଅମାନ୍ତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଶିଶୁ ସୁରକ୍ଷା ଅଧିକାରୀ ଚୁଡାମଣୀ ପଣ୍ଡା ଓ ଟ୍ରେନର ଅଭିତ୍ରାଣ ପାଢୀ ପ୍ରଶିକ୍ଷକ ଭାବରେ ଯୋଗଦାନ କରି ନିଜ ନିଜ ବିଭାଗର ଜନହିତକର କାର୍ଯ୍ୟ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ରାମଜୀ ଯୁବକ ସଂଘର ପରିଷ୍ଠାତା ସମାଜସେବୀ ଡ. ଶ୍ରୀକର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ମାହାପାତ୍ର ଯୋଗଦାନ କରି ଉପସ୍ଥିତ ଥିବା ପ୍ରାୟ ୮୦୦ ଜଣ ଯୁବକ ଯୁବତୀଙ୍କୁ ରାଷ୍ଟ୍ର ଗଠନରେ ସହଭାଗୀ ହେବା ପାଇଁ ଉତ୍ସାହିତ କରିଥିଲେ । ଜିଲ୍ଲା ଯୁବ ଅଧିକାରୀ ଏ.ଭି. ନରସିଂହା କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଡା. ପ୍ରମୋଦ କୁମାର ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ଇଂ. ନମିତା ପଟେଲ, ସ୍ନିଗ୍‌ଧା ମିନତୀ ଦାନୀ, ଅଶୋକ କୁମାର ପଧାନ, ବୁଲୁ ମିଶ୍ର ଓ ବୃନ୍ଦାବନ ମହାକୁର ଆଦିଙ୍କ ସହଯୋଗ କ୍ରମେ ଯୁବା ପଡୋଶ କାର୍ଯ୍ୟକ୍ରମ ସଫଳ ଭାବରେ ସଂପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସାଇଟ କଲେଜର ଛାତ୍ରୀ ମାନଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶେଷରେ ସମସ୍ତେ ଜାତୀୟ ସଂଗୀତ ଗାନ କରିଥିଲେ ।

yuvodaya
Leave A Reply

Your email address will not be published.