jayashree

ଜିଲ୍ଲା ପରିଷଦର ପ୍ରଥମ ବୈଠକ : ଜିଲ୍ଲା ପରିଷଦ ସଭାପତି ଭାବେ ଶପଥ ଗ୍ରହଣ କଲେ ଶ୍ରୀମତୀ ସୁପାର ଠେଲା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ସଂଖ୍ୟା ୨୭୪ ତା ୧୧.୦୧.୨୦୨୨ ପ୍ରକାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ପ୍ରଥମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସଭା କକ୍ଷ ଠାରେ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ବିଜ୍ଞପ୍ତି ସଂଖ୍ୟା ୩୭୨/ଗ୍ରା.ପ., ତା ୨୮.୦୨.୨୦୨୨ରିଖ ପ୍ରକାରେ ପ୍ରାôଧକୃତ ନିର୍ବାଚନ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ଓ.ପ୍ର.ସେ.(ଏସ୍.ଏ.ଜି)ଙ୍କ ଅଧ୍ୟକ୍ଷତାରେ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ବୈଠକ ପ୍ରାରମ୍ଭରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଜିଲ୍ଲାର ୧୩ ଗୋଟି ଜିଲ୍ଲା ପରିଷଦ ଜୋନରୁ ନବ ନିର୍ବାଚିତ ହୋଇ ଆସିଥିବା ଜିଲ୍ଲା ପରିଷଦ ସଭ୍ୟ /ସଭ୍ୟାଙ୍କୁ ଶୁଭେଚ୍ଛା ଜଣାଇବା ସହ ଶପଥ ପାଠ କରାଇଥିଲେ । ପରେ ପରେ ଓଡିଶା ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସଭାପତି ନିର୍ବାଚନ
ପ୍ରାଧିକୃତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା କ୍ଷ ନିର୍ଦ୍ଧାରିତ ସମୟାନୁସାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିମନ୍ତେ ମନୋୟନ ପତ୍ରର ପ୍ରଦାନ ଏବଂ ତାର ଉପସ୍ଥାପନା, ମନୋୟନ ପତ୍ର ଯାଂଚ/ତନଖୀ ପ୍ରଭୁତି ଅନୁଷ୍ଠିତ ହୋଇଥିଲା । ଅଦ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ମନୋନୟନ ପତ୍ର ଉପସ୍ଥାପନର ନିର୍ଦ୍ଧାରିତ ସମୟରେ କେବଳ ଶ୍ରୀମତୀ ସୁପାର ଠେଲାଙ୍କ ମନୋନୟନ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରେ ଉପସ୍ଥାପନା କରାଯାଇଥିଲା । ନିର୍ଦ୍ଧାରୀତ ସମୟ ମଧ୍ୟରେ ମନୋନୟନ ପତ୍ର ତନଖ୍ କରାଯାଇ ଠିକ ଥିବାରୁ ଶ୍ରୀମତୀ ସୁପାର ଠେଲାଙ୍କ ସପକ୍ଷରେ ପ୍ରଦତ୍ବ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାପତି ପଦବୀ ନିମନ୍ତେ ମନୋୟନ ପତ୍ରକୁ ନିର୍ବାଚନ ଅଧିକାରୀ କାଏମ ରଖୁଥିଲେ । ପ୍ରାର୍ଥୀତ୍ୱ ପ୍ରତ୍ୟାହାର ସମୟ ଅତିକ୍ରାନ୍ତ ହେବାପରେ ଯେହେତୁ ଶ୍ରୀମତୀ ସୁପାର ଠେଲାଙ୍କ ଦ୍ୱାରା ପ୍ରଦତ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହୃତ ହୋଇନାହିଁ, ଏଣୁ ଶ୍ରୀମତୀ ସୁପାର ଠେଲା(ସୁବର୍ଣ୍ଣପୁର-୦୩) ଡୁଙ୍ଗୁରିପାଲି- ୦୧ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ସଭ୍ୟାଙ୍କୁ ପ୍ରାଧିକୃତ ନିର୍ବାଚନ ଅଧିକାରୀ, ଓଡିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମ ୧୯୯୪ ର ନିୟମ ୫୦(୧)ର ବ୍ୟବସ୍ଥାନୁସାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସଭାପତି ଭାବରେ ନିର୍ବିରୋଧ ନିର୍ବାଚିତ ଘୋଷଣା କରିଥିଲେ । ସଭାପତିଙ୍କ ନାମ ଘୋଷଣା ହେବା ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ନୂତନ ଜିଲ୍ଲା ପରିଷଦ ସଭାପତି ଭାବେ ଶ୍ରୀମତୀ ଠେଲାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଶୁଭେଚ୍ଛା ଜଣାଇବା ସହିତ ଶପଥ ପାଠ କରାଇ ଥିଲେ । ଆଜିର ବୈଠକକୁ ଶ୍ରୀ ଅମୁଲ୍ୟ କୁମାର ନନ୍ଦ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସଂଯୋଜନା କରିଥିଲେ । ନିର୍ବାଚନ ସମୟରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ ଉପସ୍ଥିତ ଥିଲେ । ଆଜିର ଏହି ସ୍ୱତନ୍ତ୍ର ତଥା ପ୍ରଥମ ଜିଲ୍ଳା ପରିଷଦ ବୈଠକରେ ନବ ନିର୍ବାଚିତ ସଦସ୍ୟ /ସଦସ୍ୟା ଶ୍ରୀମତୀ ବିଜୟଲକ୍ଷ୍ମୀ ତରାଇ, ଝସକେତନ ବଘାର, ଶ୍ରୀମତୀ ମଞ୍ଜୁଶ୍ରୀ ମାଝି, ଗଣେଶ ଚନ୍ଦ୍ର ଭୋଇ, ଶ୍ରୀମତୀ ଅଞ୍ଜଳୀ କମ୍ପ, ଶ୍ରୀମତୀ ଶକୁନ୍ତଳା ପୃଷ୍ଟି, ସୁଶ୍ରୀ ପ୍ରମିଳା କଲତା, ବଶିଷ୍ଠ ଭରାସାଗର, ଲବ କୁମାର ସାହୁ,
ଶ୍ରୀମତୀ ଚନ୍ଦ୍ରକାନ୍ତି ଦନ୍ତା, ଶ୍ରୀମତୀ ସସ୍ମିତା ମହାନ୍ତି, ମଧୁସୂଦନ ଓତା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ପଂଚାୟତ ଅଧିକାରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.