ସୁପାର ଠେଲା ହେଲେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦବୀ ନିର୍ବାଚନ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଦ୍ୟ ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୧୩ଟି ଜିଲ୍ଲା ପରିଷଦ ଜୋନର ନବ ନିର୍ବାଚିତ ସଦସ୍ୟମାନେ ସର୍ବ ସମ୍ମତି କ୍ରମେ ବିଜେଡିର ସୁପାର ଠେଲାଙ୍କୁ ଜିଲ୍ଲା ପରିଷଦର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିଛନ୍ତି । ସୂଚନୀୟ, ବିଗତ ନିର୍ବାଚନରେ ଜିଲ୍ଲାର ୧୩ଟି ଆସନରୁ ୧୧ଟିରେ ବିଜେଡି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ବିଜେପି ଏବଂ ଅନ୍ୟ ଗୋଟିଏ ଆସନରେ ଜାତୀୟ କଂଗ୍ରେସର ପ୍ରାର୍ଥୀ ବିଜୟୀ ହୋଇଥିଲେ । ନିର୍ଦ୍ବନ୍ଦରେ ନିର୍ବାଚିତ ହେବା ପରେ ସୁପାର ଠେଲା ଜିଲ୍ଲାର ଗ୍ରାମୀଣ ବିକାଶ ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.