ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସିନାପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷା

ସିନାପାଲି, (ନିରାକାର ମେହେର) : ସାରା ଓଡିଶାରେ ନିର୍ବାଚନ ମାହୁଲ ସରଗରମ ରହିଥିବା ବେଳେ ନୂଆପଡା ଜିଲ୍ଲାରେ ମଧ୍ୟ ନିର୍ବାଚନୀ ମାହୁଲ କିଛି କମ ନୁହେଁ । ଆଜି ସରକାରଙ୍କ ସୂଚନା ମୁତାବକ ତ୍ରିସ୍ତରୀୟ ନିର୍ବାଚନର ପଞ୍ଚାୟତ ସମିତି ଅଧ୍ୟକ୍ଷ /ଅଦ୍ୟକ୍ଷା ପଦ ପାଇଁ ଗତକାଲି ସିନାପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନର ନିର୍ବାଚନ ଅଧିକାରୀ ଭାବରେ ନୂଆପଡା ଜିଲ୍ଲା ବୋଡେ଼ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣଚନ୍ଦ୍ର ଭୋଇ ନିର୍ବାଚନ ଦାୟିତ୍ୱ ତୁଲାଉ ଥିବା ବେଳେ ସିନାପାଲି ବ୍ଲକର ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରେମଲାଲ ନାୟକ ସହଯୋଗ କରିଥିଲେ । ଗତକାଲି ସିନାପାଲି ବ୍ଲକରେ ପଞ୍ଚାୟତ ସମିତି ଅଧକ୍ଷ ପଦ ପାଇଁ କୁସୁମଜୋର ସମିତି ସଭ୍ୟା ଶ୍ରୀମତୀ ମାଧୁରୀ ମାଝୀ ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିଥିବା ବେଳେ ଆଉ କୌଣସି ସମିତି ସଭ୍ୟ ସଭ୍ୟା ନାମାଙ୍କନ ପତ୍ର ଦାଖଲ କରି ନଥିଲେ । ପରବର୍ତ୍ତୀ ସମୟରେ ଜଣେ ମାତ୍ର ପ୍ରାର୍ଥୀନୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଶ୍ରୀମତୀ ମାଧୁରୀ ମାଝୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା ଭାବରେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.