ଆଗଲପୁର ବ୍ଲକରେ ଗୀତାଞ୍ଜଳି ଦାଶ ହେଲେ ଅଧ୍ୟକ୍ଷା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଅଧ୍ୟକ୍ଷା ଭାବେ ଶ୍ରୀମତି ଗୀତାଞ୍ଜଳି ଦାଶ ନିର୍ବାଚିତ ହୋଇଛନ୍ତି । ଅଧ୍ୟକ୍ଷା ପଦବୀ ପାଇଁ ସାଲେଭଟା ଗ୍ରାମପଂଚାୟତ ସମିତି ସଭ୍ୟା ଗୀତାଞ୍ଜଳି ଦାଶ ଦାଖଲ କରିଥିଲେ ଓ କୁଟାସିଂହା ସମିତି ସଭ୍ୟା ପୁଷ୍ପାଞ୍ଜଳି ବେହେରା ମନୋନୟନ ପତ୍ର ଦାଖଲ କରିଥିଲେ । ଫଳରେ ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅଧିକାରୀ ଲୋଇସିଂହା ବିଡିଓ ରାମଚନ୍ଦ୍ର ଖାଡିଆ ନିର୍ବାଚନ କରିଥିଲେ । ୨୦ଟି ପଂଚାୟତ ସମିତି ସଭ୍ୟ ମଦ୍ୟରୁ ଶ୍ରୀମତି ଗୀତାଞ୍ଜଳି ଦାଶଙ୍କ ସପକ୍ଷରେ ୧୧ଜଣ ଓ ପୁଷ୍ପାଞ୍ଜଳି ବେହେରାଙ୍କ ସପକ୍ଷରେ ୯ଜଣ ମତଦାନ କରିଥିଲେ । ୧୧ଜଣ ସମିତି ସଭ୍ୟା ଶ୍ରୀମତି ଗୀତାଞ୍ଜଳି ଦାଶଙ୍କ ସପକ୍ଷରେ ମତଦାନ କରିଥିବାରୁ ନିର୍ବାଚନ ଅଧିକାରି ଶ୍ରୀମତି ଦାଶଙ୍କୁ ପଂଚାୟତ ସମିତି ଅଦ୍ୟକ୍ଷା ଭାବେ ନିର୍ବାଚିତ କରାଯାଇଥିବା ନେଇ ଘୋଷଣା କରିଥିଲେ ।

Leave A Reply

Your email address will not be published.