jayashree

ଦୁର୍ଘଟଣାବଶତଃ ପାକିସ୍ତାନରେ କ୍ଷେପଣାସ୍ତ୍ର ଖସିଗଲା, ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ବୈଷୟିକ ତ୍ରୁଟି କାରଣରୁ କ୍ଷେପଣାସ୍ତ୍ର ପାକିସ୍ତାନରେ ହଠାତ୍ ଖସିଗଲା । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ସରକାର ଦୁର୍ଘଟଣାଗ୍ରସ୍ତ କ୍ଷେପଣାସ୍ତ୍ର ଉତକ୍ଷେପଣକୁ ଗୁରୁତର ସହ ନେଇଛନ୍ତି ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାଣିବାକୁ ମିଳିଛି ଯେ, ଦୁର୍ଘଟଣାଗ୍ରସ୍ତ କ୍ଷେପଣାସ୍ତ୍ର ପାକିସ୍ତାନର ଏକ ଅଞ୍ଚଳରେ ପଡିଛି । ଦୁର୍ଘଟଣାଜନକ କ୍ଷେପଣାସ୍ତ୍ର ଉତ୍‌କ୍ଷେପଣରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ, ଏଥିରେ କୌଣସି ପ୍ରାଣହାନୀ ଘଟି ନ ଥିବା ମଧ୍ୟ ସୂଚନା ଦିଆଯାଇଛି ।

Leave A Reply

Your email address will not be published.