ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗିଥିବା କଟକଣାକୁ ତତ୍କାଳ ପ୍ରଭାବ ସହ ଉଚ୍ଛେଦ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ ସଂକ୍ରମଣ ଏବଂ କୋଭିଡ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ରେଳଯାତ୍ରୀଙ୍କ ଯାତାୟାତ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (ଏସଓପି) ଜାରି କରାଯାଇଥିଲା । ଏଥିରେ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ କଟକଣା ଲାଗୁ ହୋଇଥିଲା । ଏବେ ଭାରତୀୟ ରେଳବାଇ ଚଦର, କମ୍ବଳ ଏବଂ ଟ୍ରେନ ଭିତର ପରଦା ଉପରେ ଲାଗୁ ହୋଇଥିବା କଟକଣାକୁ ତତ୍କାଳ ପ୍ରଭାବ ସହିତ ପ୍ରତ୍ୟାହାର କରିବା ଲାଗି ନିଷ୍ପତ୍ତି ନିଆଯାଇଛି । କୋଭିଡ ପୂର୍ବବର୍ତ୍ତୀ କାଳରେ ଏସବୁ ସାମଗ୍ରୀ ଯୋଗାଣ ଯେପରି ଭାବେ ହେଉଥିଲା ଏଣିକି ଠିକ୍ ସେହିପରି ଜାରି ରହିବ ।

Leave A Reply

Your email address will not be published.