oom

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବେସାମରିକ ବିମାନ ଯୋଗେ ଆଜି ଫେରିଲେ ୪୧୦ ଭାରତୀୟ

jsmm

• ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ପ୍ରାୟ ୧୮ ହଜାର ଭାରତୀୟ

ନୂଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଅଧୀନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଆଜି ୪୧୦ ଜଣ ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୮ ହଜାର ଭାରତୀୟମାନଙ୍କୁ ଫେରାଇ ଅଣାସରିଛି । ୭୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଏବେସୁଦ୍ଧା ଫେରିଥିବା ମୋଟ ଭାରତୀୟମାନଙ୍କ ସଂଖ୍ୟା ୧୫ ହଜାର ୫୨୧ରେ ପହଞ୍ଚିଛି । ଏଥିପୂର୍ବରୁ, ଅପରେସନ ଗଙ୍ଗା ଅଧୀନରେ ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୩୨ ଟନ ରିଲିଫ ସାମଗ୍ରୀ ପଠାଯାଇଛି ।

ଭାରତକୁ ଆସିଥିବା ବେସାମରିକ ବିମାନ ମଧ୍ୟରେ ବୁକାରେଷ୍ଟରୁ ୨୧ଟି ବିମାନ ଜରିଆରେ ୪୫୭୫ ଜଣ ଯାତ୍ରୀଙ୍କୁ ଅଣାଯାଇଛି। ସୁଚେଭାରୁ ୯ଟି ବିମାନ ଜରିଆରେ ୧୮୨୦ ଜଣ ଯାତ୍ରୀ, ବୁଦାପେଷ୍ଟରୁ ୨୮ଟି ବିମାନ ଜରିଆରେ ୫୫୭୧ ଜଣ ଯାତ୍ରୀ, କୋସିଚେରୁ ୫ଟି ବିମାନ ଜରିଆରେ ୯୦୯ ଜଣ ଯାତ୍ରୀ, ସେସେଜୋରୁ ୧୧ଟି ବିମାନରେ ୨୪୦୪ ଜଣ ଭାରତୀୟ ଏବଂ କିଭରୁ ଗୋଟିଏ ବିମାନରେ ୨୪୨ ଜଣ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି ।
ନିମ୍ନରେ ଏୟାରଲାଇନ୍ସର ତଥ୍ୟ ଦିଆଯାଇଛି

jittmm
Leave A Reply

Your email address will not be published.