csstore

ଦେଢ଼ଗାଁରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦେଢ଼ଗାଁ ଗ୍ରାମ ପଞ୍ଚାୟତ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଟ୍ରିକଲ୍‌ଅପ୍‌ ସହାୟତାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ସମାରୋହରେ ଶ୍ରୀମତୀ ରମ୍ଭା ମେହେର କୃଷି ଅଧିକାରୀ ବଙ୍ଗୋମୁଣ୍ଡା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଗୌରୀ ରାଉତ ପୋଷ୍ଟ ମାଷ୍ଟର ଦେଢ଼ଗାଁ, ସୁଶ୍ରୀ ଆରାଧନା ସାହୁ ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ପ୍ରକୃତିମାତା କୃଷକ ଉତ୍ପାଦକ କମ୍ପାନୀ ଲି ସିନ୍ଧେକେଲା, ରାଜକୁମାର ଥପା ପରିଚାଳନା ନିର୍ଦେଶକ ପ୍ରକୃତିମାତା କୃଷକ ଉତ୍ପାଦକ କମ୍ପାନୀ ଲି. ସିନ୍ଧେକେଲା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ମହିଳା ଦିବସ ପାଳନର ଲକ୍ଷ୍ୟ ଏବଂ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଅତିଥିମାନଙ୍କ ମତରେ ଆଜିର ସମାଜରେ ନାରୀ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ ନୁହେଁ । ଏମିତି କୌଣସି କାମ ନାହିଁ ଯାହା ମହିଳା କରି ପାରିବ ନାହିଁ । ମୁଖ୍ୟ ଅତିଥି ସମସ୍ତଙ୍କୁ କହିଥିଲେ କି, ଆସନ୍ତୁ ସର୍ବ ପ୍ରଥମେ ନିଜ ପରିବାରର ନାରୀଙ୍କୁ ସମ୍ମାନ ଦେବା ଅଭ୍ୟାସ କରିବା ଦେଖିବା ସମାଜରେ ନାରୀର ସମ୍ମାନ ଆପେ ଆପେ ବଢ଼ିଯିବ । ଚଳିତ ବର୍ଷର ମହିଳା ଦିବସର ବାର୍ତ୍ତା ହେଲା – ଏକ ସ୍ଥାୟୀ ତଥା ସୁରକ୍ଷିତ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା (Gender equality today for a sustainable tomorrow) । ଏହା ସହିତ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ମହିଳା କୃଷକ ଗୋଷ୍ଠୀର ମହିଳାମାନଙ୍କ ମଧ୍ୟରେ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଶ୍ରୀମତୀ ପ୍ରେମଶିଲା ପୁଟେଲ ବିଜୟୀ ହୋଇ ପୁରସ୍କୃତ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ମହାଶକ୍ତି ଫାଉଣ୍ଡେସନ୍‌ ତରଫରୁ ବ୍ଲକ ସଂଯୋଜକ ପ୍ରଣବ ମୋହନ କୁମାର ପରିଚାଳନା କରିଥିବା ବେଳେ ବରୁଣ ବାଗ, ରଞ୍ଜନ ଛତ୍ରିଆ, ଆରତୀ ବଗର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.