ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ପିଟିଲା ଓମିନି ଭ୍ୟାନ, ଚାଳକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ରାସ୍ତାକଡ଼ର ଗଛରେ ଏକ ଓମିନି ଭ୍ୟାନ ବାଡେ଼ଇ ହୋଇଥିବା ବେଳେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବଲାଙ୍ଗିର- ପାଟଣାଗଡ଼ ରାସ୍ତାର ବାରପୁଡୁଗିଆ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଗ୍ନିଶମ ବିଭାଗକୁ ଡକାଇ କଟର ସାହାଯ୍ୟରେ ଓମିନି ଭ୍ୟାନର ଗେଟକୁ କାଟି ମୃତ ଚାଳକଙ୍କୁ ବାହାର କରିଥିବା ଜଣାପଡ଼ିଛି । ତେବେ ମୃତ ଗାଡ଼ି ଚାଳକ ହର୍ଡାଟାଲ ଗ୍ରାମରେ ରହି ନିଜ ଓମିନି ଭ୍ୟାନ ଧରି ଗାଁ ଗାଁ ବୁଲି ରାଜସ୍ଥାନୀ ଚେରିମୂଳି ଔଷଧ ବିକ୍ରି କରୁଥିଲେ । ହର୍ଡାଟାଲରୁ ପାଟଣାଗଡ଼ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା ଓମିନି ଭ୍ୟାନ । ସଦର ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.