jayashree

ଗଞ୍ଜାମ ଏନ୍‌ଏସିରେ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ କାଉନ୍ସିଲର ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିରେ ଆଗାମୀ ପୌର ନିର୍ବାଚନ ପାଇଁ ବିଜେଡି ଅଧ୍ୟକ୍ଷା ପାର୍ଥିନୀ ଜୁଲି ପାତ୍ରଙ୍କ ସମେତ ୧୦ ଜଣ କାଉନ୍ସିଲର ପାର୍ଥୀ ଗତକାଲି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେଡିର ଅଧ୍ୟକ୍ଷା ପାର୍ଥିନୀ ସମେତ ସମସ୍ତ ଦଳୀୟ କାଉନ୍ସିଲର ପାର୍ଥୀମାନେ ନଗର ଯୁବ ସଭାପତି ସୁଧିର କୁମାର ପାଢୀଙ୍କ ନେତୃତ୍ୱରେ ଓ ଛାତ୍ର ସଭାପତି ରାକେଶ ରଞ୍ଜନ ଦାସଙ୍କ ତତ୍ୱାବାଧାନରେ ପ୍ରଥମେ ସହରସ୍ଥିତ ଏଲ୍ଲାମା ଠାକୁରାଣୀ ମନ୍ଦିରରୁ ବିଶାଳ ବାଇକ ଶୋଭାଯାତ୍ରାରେ ବାହାରି ବଡ଼ ବଜାର ପରିକ୍ରମା କରି ଏନ୍‌ଏସି କାର୍ଯ୍ୟାଳୟରେ ପହଂଚିଥିଲେ । ୱାର୍ଡ ନଂ ୧ ପାଇଁ ସୁରେନ୍ଦ୍ର କୁମାର ବାରିକ, ୱାର୍ଡ ନଂ ୨ ରିତାଦେବୀ ମହାରଣା, ୱାର୍ଡ ନଂ ୩ ରଇବାରି ଯାନୀ, ୱାର୍ଡ ନଂ ୪ ସବିତା ବେହେରା, ୱାର୍ଡ ନଂ ୫ ସଂଯୁକ୍ତା ଦାସ, ୱାର୍ଡ ନଂ ୬ ଦଣ୍ଡପାଣି ପରିଡା, ୱାର୍ଡ ନଂ ୭ ପୁରୁଷୋତ୍ତମ ସାହୁ, ୱାର୍ଡ ନଂ ୮ ମହାଲକ୍ଷ୍ମୀ ନାୟକ, ୱାର୍ଡ ନଂ ୯ ସ୍ୱାଗତ ଆଶିଷ ନାୟକ ପ୍ରମୁଖ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨ ନମ୍ବର ୱାର୍ଡରୁ ସ୍ୱାଧୀନ ପାର୍ଥିନୀ ଭାବେ ଇନ୍ଦିରା ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ ବେଳେ ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ତହସିଲଦାର ଅରୁଣ ଉପସ୍ଥିତ ଥିଲେ । ଏନ୍‌ଏସି କର୍ମଚାରୀ ଲକ୍ଷ୍ମୀଚରଣ ପାଢ଼ୀ, କୃଷ୍ଣଚନ୍ଦ୍ର ବୈଦ୍ୟ, କମଳକାନ୍ତ ଦାସ ସହଯୋଗ କରିଥିଲେ । ରାଜ୍ୟ ନିର୍ବାଚନ ଆୟୋଗର ନିର୍ଧାରିତ ସମୟ ଶେଷ ହୋଇଯିବା ଫଳରେ ୱାର୍ଡ ନଂ ୧୦, ୧୧ ଓ ୧୨ର ପାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରି ପାରି ନଥିଲେ । ଆଜି ସେମାନେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଯୁବ ସଭାପତି ସୁଧୀର ପାଢ଼ୀ ସୂଚନା ଦେଇଛନ୍ତି । ପୂର୍ବତନ ଏନ୍‌ଏସି ଅଧକ୍ଷା ଉର୍ମିଳା ପଲାଇ, ପୂର୍ବତନ ଏମ୍‌ପି ପ୍ରତିନିଧି ସୁଦାମ ଚରଣ ପଲାଇ, ନଗର ସଭାପତି ପି. ରାଜୁ ରେଡ୍ଡୀ, ସିମାଞ୍ଚଳ ସାହୁ, ମନୋଜ ପଣ୍ଡା, ଯୁବନେତା ଜିତୁ ପଣ୍ଡା, ମନୋଜ ପ୍ରଧାନ, ପୂର୍ବତନ ନଗର ସଭାପତି ସୁଧୀର କୁମାର ପଲାଇ, ମୁନା ପରିଡା, ମାନସ ସାହୁ, ରିଣ୍ଟୁ ପଲାଇ, ନିରଞ୍ଜନ ପରିଡା, ମଦନ ପାଢ଼ୀ ପ୍ରମୁଖଙ୍କ ସହ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.