csstore

ନିଖିଳ ଓଡିଶା ବିଚାର ବିଭାଗୀୟ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ବିଚାର ବିଭାଗୀୟ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ କୁମାର ନେପାକ ସର୍ବ ସମ୍ମତିକ୍ରମେ ସଂଘର ସଭାପତି ପୁଣିଥରେ ମନୋନୀତ ହୋଇଥିବା ବେଳେ ଉପସଭାପତି ଲକ୍ଷ୍ମୀନାରାୟଣ ସିଂ, ଆଶିଷ ଥନାପତି ସଂପାଦକ, ସହ ସଂପାଦକ ରୂପେ ସବୀର ହୁସେନ ଓ ଶ୍ରଦ୍ଧାଞ୍ଜଳି ମେହେର ଏବଂ ଆକାଶ ତ୍ରିପାଠୀ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଥିଲେ । କାର୍ଯ୍ୟନିର୍ବାହୀ କମିଟି ସଭ୍ୟ ରୂପେ ଦଧିବାବନ ଶତପଥି, ସୁଧୀର ସେଠ, ଜ୍ୟୋତିର୍ମୟୀ ବେଜ୍‌, କାଶୀନାଥ ସୁନା, ଶାନ୍ତନୁ ମିଶ୍ର, ଦିଲିପ ମିଶ୍ର, ସଂଜୀତ ଦାସ, ବାବୁଲାଲ ପାଢୀ, ପିଣ୍ଟୁ ମଲ୍ଲିକ, ଅରୁଣ ମିଶ୍ର, ହେମସାଗର ନାଏକ, ଭକ୍ତ ଯୁଏଡ, ସୁମିତ ପଟ୍ଟନାୟକ, ଗୋବିନ୍ଦ ବରିହା, ବିବେକ ପଧାନ, ଦୁର୍ଗା ପ୍ରସାଦ ପାଢୀ, ଯୁବରାଜ ସିଂଘନିନା, କ୍ଷେତ୍ରବାସୀ ମିଶ୍ର, ମାଧବ ନାଗ ମନୋନିତ ହୋଇଛନ୍ତି । ଉପଦେଷ୍ଟା କମିଟିରେ ଜିଲ୍ଲା ଜଜ୍‌ ସିରସ୍ତାଦର ରାଜେନ୍ଦ୍ର ଦାସ, ବଳରାମ ମେହେର, ମହେନ୍ଦ୍ର ନାଏକ, ମନୋରଞ୍ଜନ ପଣ୍ଡା, ହରିବନ୍ଧୁ ବଗର୍ତ୍ତି ମନୋନୀତ ହୋଇଛନ୍ତି । ଆଜିର ଏହି ନିର୍ବାଚନ ପ୍ରକ୍ରିୟାକୁ ରାଜେନ୍ଦ୍ର ଦାସ, ମହେନ୍ଦ୍ର ନାଏକ, ବଳରାମ ମେହେର ଓ ସୁଧୀର ସେଠ ପରିଚାଳନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ତଥା ସଇଁତଲା, ଟିଟିଲାଗଡ, କଣ୍ଟାବାଞ୍ଜି, ପାଟଣାଗଡ, ଲୋଇସିଂହା, ମୁରିବାହାଲ, ବଙ୍ଗୋମୁଣ୍ଡାର ସମସ୍ତ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତାକାଲି ନୂତନ କାର୍ଯ୍ୟନିର୍ବାହୀ କମିଟି କାର୍ଯ୍ୟଭାର ଗ୍ରହଣ କଲାପରେ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ଜିଲ୍ଲା ଜଜ୍‌ଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରାଯିବ ବୋଲି ସଭାପତି ଶ୍ରୀ ନେପାକ ପ୍ରତିଶୃତି ଦେଇଛନ୍ତି । ପରିଶେଷରେ ସଂପାଦକ ଶ୍ରୀ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.