ମିଲନୀଙ୍କ ସହ ୧୬ କାଉନସିଲର ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

  • ପୌର ଦୁର୍ନୀତି ଓ ବିଧାୟକଙ୍କ ବିକାଶମୂଳକ କାମକୁ ନେଇ ନିର୍ବାଚନ ଲଢବୁ – ସମରେନ୍ଦ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଦଳ ପ୍ରାର୍ଥୀ ଚୟନ ଓ ପ୍ରାର୍ଥୀପତ୍ର ଦାଖଲରେ ଅନ୍ୟ ଦଳ ତୁଳନାରେ ଆଗରେ ଅଛି । ଆମେ ଦୃଢ ନିଶ୍ଚିତ ଯେ ଏହି ଧାରା ନିର୍ବାଚନ ଫଳାଫଳ ବାହାରିବା ପର୍ଯ୍ୟନ୍ତ ଜାରି ରହିବ । ବିଗତ ଦିନ ମାନଙ୍କରେ ପୌର ଦୁର୍ନୀତିକୁ ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । ଏହି ନିର୍ବାଚନରେ ଆମେ ତାହାକୁ ମୁଖ୍ୟ ପ୍ରସଙ୍ଗ କରିବୁ ତାହା ସହ ୨୦୧୪ ମସିହା ପରେ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିରରେ ହୋଇଥିବା ବିକାଶମୂଳକ କାମକୁ ନେଇ ଲୋକଙ୍କ ପାଖକୁ ଯିବୁ ଏବଂ କଂଗ୍ରେସ ଦଳର ପୌରାଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ଏବଂ କାଉସିଲର ପ୍ରାର୍ଥିନୀ ଓ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବୁ ବୋଲି ଆଜି ସ୍ଥାନୀୟ ପୌର କାର୍ଯ୍ୟାଳୟଠାରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ନିଜ ପ୍ରତିକ୍ରିୟାରେ ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର କହିଛନ୍ତି । ଆଜି ପିସିସି ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରେ କଂଗ୍ରେସ ଦଳର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ଆସି ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ପଦ ପାଇଁ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମିଲନୀ ସାହୁ ଏବଂ ଅନ୍ୟ ୧୬ ଜଣ ପ୍ରାର୍ଥୀ ଓ ପ୍ରାର୍ଥିନୀ ବିଭିନ୍ନ ଓା୍ୱର୍ଡ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସ୍ଥାନୀୟ ପୌର କାର୍ଯ୍ୟାଳୟଠାରେ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପ୍ରସ୍ତାବକ ଓ ସମର୍ଥକଙ୍କ ସହ ସମସ୍ତ ଦରକାରୀ ଦସ୍ତାବେଜ ନିର୍ବାଚନ ଦାୟିତ୍ୱରେ ଥିବା ଉପ-ଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କୁ ପ୍ରଦାନ କରିଥିଲେ । ଆଜି ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥିନୀ ଓ ପ୍ରାର୍ଥୀମାନେ ହେଲେ ୱାର୍ଡ ନଂ ୧ ପାଇଁ ସସ୍ମିତା କୁମ୍ଭାର, ୨ ପାଇଁ ସୁଜାତା ପୋଡ, ୩ ପାଇଁ ରଜନୀ ବନଛୋର, ୫ ପାଇଁ ଗୋବିନ୍ଦ ମହାନ୍ତି, ୬ ପାଇଁ ସ୍ମିତାରାଣୀ ପଟ୍ଟନାୟକ, ୭ ପାଇଁ ସବିତା ଶତପଥି, ୮ ପାଇଁ ସୁଧା ସିଂଦେଓ, ୧୦ ପାଇଁ ସୀତାରାମ କୁମ୍ଭାର, ୧୧ ପାଇଁ ପ୍ରଦୀପ କୁମାର ମିଶ୍ର, ୧୨ ପାଇଁ ଅଞ୍ଜଳି ସାହୁ, ୧୩ ପାଇଁ ରଜନି ସେଠ, ୧୪ ପାଇଁ ଜ୍ୟୋସ୍ନା ବେହେରା, ୧୬ ପାଇଁ କଳ୍ପନା ସେଠ, ୧୮ ପାଇଁ ସୁରେନ୍ଦ୍ର ଅଶ୍ୱପାଳ, ୧୯ ପାଇଁ ସତ୍ୟବ୍ରତ ବଗର୍ତ୍ତି ଏବଂ ୨୧ ପାଇଁ ମନୋଜ କୁମାର ବେହେରା । ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ତଥା ବର୍ତ୍ତମାନର ପୌର ପରିଷଦର ଅଧ୍ୟକ୍ଷା ପ୍ରାର୍ଥିନୀ ମିଲନୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଲୋକେ ନିଶ୍ଚିତ ଭାବରେ ଏଥର ବଲାଙ୍ଗିର ବିଧାୟକଙ୍କ ବିକାଶମୂଳକ କାମକୁ ନେଇ ମତଦାନ କରିବେ । ଆମେ ଦୃଢ ନିଶ୍ଚିତ ଯେ ଗତ ୭ ବର୍ଷର ବିକାଶକୁ ନେଇ ଲୋକେ କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦେଇ ଆମ ସମସ୍ତ ପ୍ରାର୍ଥିନୀ ଓ ପ୍ରାର୍ଥୀଙ୍କୁ ଜିତାଇବେ । ଆଜିର ପ୍ରାର୍ଥୀପତ୍ର ଦାଖଲ ସମୟରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ପିସିସି କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, କୈଳାସ ମିଶ୍ରଙ୍କ ସହ ଅନେକ ଦଳିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.