ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଇଁଚା ଗାଁରେ ରାଜନୈତିକ ହିଂସାକୁ କେନ୍ଦ୍ର କରି ଭୋଟରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଇଁଚା ଗାଁରେ କିଛି ରାଜନୈତିକ ଦଳର କର୍ମୀ ମଦ୍ୟପାନ କରି ଗାଁରେ କିଛି ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବାରୁ ଗ୍ରାମବାସୀମାନେ ଅଭିଯୋଗ କରିବାକୁ ଏକ ଅଟୋ ଯୋଗେ ଥାନାକୁ ଆସୁଥିଲେ । ଏହି ସମୟରେ ଚାନ୍ଦବାଲି ଦୁର୍ଗା ପଡ଼ିଆ ନିକଟରେ ୪ ଜଣ କର୍ମୀ ଅଟୋକୁ ଅଟକାଇ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ମଦ୍ୟପମାନେ ମଦ ବୋତଲରେ ୩ ଜଣ ଭୋଟରଙ୍କ ସହ ଜଣେ ମହିଳାଙ୍କୁ ଆକ୍ରମଣ କରିଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୋଗ କ୍ରମେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।