oom

ଲୁବେନଗଡ଼ ସରପଞ୍ଚ ହେଲେ ରମା ମାଝୀ

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ଅପହଞ୍ଚ ଓ ମାଓପ୍ରବଣ ଗ୍ରାମ ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହୋଇଛନ୍ତି ରମା ମାଝୀ । ଗତ ନିର୍ବାଚନ ବେଳେ ଏହି ଗ୍ରାମ ପଞ୍ଚାୟତଟି ନୂତନ ଭାବରେ ଗଠିତ ହୋଇଥିବା ବେଳେ ରମା ମାଝୀ ପ୍ରଥମ ସରପଞ୍ଚଙ୍କୁ ହରାଇ ଏହି ଆସନରେ ବିଜୟୀ ହୋଇଛନ୍ତି । ନିଜର ଲୋକପ୍ରିୟତା ଓ ସେବା ମନୋଭାବ ଯୋଗୁଁ ସେ ଏହି ସଫଳତା ପାଇଥିବା ବେଳେ ସେ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ନିଜର କୃତଜ୍ଞତା ପଞ୍ଚାୟତବାସୀଙ୍କୁ ଜ୍ଞାପନ କରିଛନ୍ତି ଏବଂ ଏହି ଆଭ୍ୟନ୍ତରୀଣ ପଞ୍ଚାୟତର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି ।

jittmm
Leave A Reply

Your email address will not be published.