ଭଣ୍ଡ ବାବାର କଳା କାରନାମା : ଥାନାରେ ମାମଲା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ ଜଣେ ଭଣ୍ଡ ବାବାର କଳା କାରନାମା ଲୋକ ଲୋଚନକୁ ଆସିଛି । । ଥାନାରେ ମାମଲା ପହଞ୍ଚିଛି । ସୂଚନା ଅନୁସାରେ ଖଣ୍ଡଗିରି ଡୁମୁଡୁମାର ରଘୁନାଥନଗରରେ ଏକ ମଠ ଚଳାଇବା ନାଁରେ ସରକାରୀ ଜମି ମାଡି ବସିଛନ୍ତି । ଏମିତିକି ତାଙ୍କ ନାଁରେ ମହିଳା ଓ ଶିଶୁ ଯୌନ ନିର୍ଯ୍ୟାତନା ନେଇ ବିଭିନ୍ନ ଥାନାରେ ମାମଲା ରହିଛି ।

ମଞ୍ଚର ସଭାପତି ସୁକାନ୍ତ ଭୋଇ କହିଛନ୍ତି, ଏହି ଭଣ୍ଡ ବାବା ଜଣକ ‘ରାଧା ପୂଜା’ ନାଁରେ ମହିଳା ଓ ନାବାଳିକାଙ୍କୁ ଅସଦାଚରଣ କରୁଛନ୍ତି । ଡୁମୁଡୁମା ବାଦ୍‌ ଗଞ୍ଜାମ, ଅନୁଗୁଳୁ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ମଧ୍ୟ ମଠର ଶାଖା ଖୋଲାଯାଇଛି । ସେଠି ବି ଧଳାଜହର, ଗଞ୍ଜେଇ କାରବାର ହେଉଛି । ଖଣ୍ଡଗିରି, ଜଟଣୀ, ବାଲିଅନ୍ତା, ମହିଳା ଥାନାରେ ଅଭିଯୋଗ ରହିଛି । ଘଟଣାଟି ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟକୁ ଯାଇଛି । କମିଶନଙ୍କ ନିର୍ଦ୍ଦେଶ ସତ୍ୱେ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ନେଉନି । ଏନେଇ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିଶନରଙ୍କୁ ମଧ୍ୟ ଦାବୀପତ୍ର ଦିଆଯାଇଛି । ଆଗକୁ ଆନ୍ଦୋଳନ କରାଯିବ ବୋଲି ମଞ୍ଚର ପ୍ରଦୀପ୍ତ ନାୟକ ଓ ବୀରେନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.