ରାସ୍ତା କାମରେ ନିୟୋଜିତ ଜେସିବି ସହ ୨ଟି ଟ୍ରାକ୍ଟର ଲାଗିଲା ନିଆଁ

ଭଦ୍ରକ : ଓଡ଼ଙ୍ଗ ପଞ୍ଚାୟତର ସାବିତ୍ରୀଆଡ଼ିଠାରେ ରାସ୍ତା କାମରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ଓ ଜେସିବିରେ ନିଆଁ ଲାଗି ଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ରାସ୍ତା କାମରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ଓ ଜେସିବିରେ ନିଆଁ ଲାଗି ଯାଇଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । କ୍ୟାମ୍ପରେ ଥିବା ଲେବରମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ଗୋଟିଏ ଜେସିବି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଦୁଇ ଗୋଟି ଟ୍ରାକ୍ଟର ଆଂଶିକ ଭାବେ ଜଳିଥିବା ଜଣାପଡିଛି । ଏନେଇ ଠିକା କମ୍ପାନୀ ମାଲିକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.