oom

ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ଉଦ୍ଦେଶ୍ୟରେ ସ୍ମୃତି ଓ ଶୋକସଭା

jsmm

ସଇଁତଲା, (ପ୍ରମୋଦ ସେଲମା) : ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟଠାରେ ଗତକାଲି ଦିବା ୨.୩୦ଟା ସମୟରେ ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ସରୋଜ କୁମାର ମିଶ୍ର, ଚାଣ୍ଡାଳ ମିଶ୍ର, ରଂଜିତା ମିଶ୍ର ତଥା ବରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଦିବଂଗତ ଶିକ୍ଷକ ସୁଦାମ ଚରଣ ପୁରୋହିତଙ୍କ ସ୍ମୃତି ଓ ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଦୁଃଖଭରା ଆସରେ ବି.ଇ.ଓ ସଇଁତଲା ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜର ମତସାବ୍ୟସ୍ତ କରିଥିଲେ । ସାମ୍ମାନୀତ ଅତିଥି ରୂପେ ତାରାକାନ୍ତ ମିଶ୍ର, ସଂପାଦକ(ଓଷ୍ଟା) ଆଗଲପୁର, ଏ.ବି.ଇ.ଓ ମହାଦେବ ମିଶ୍ର, ସଇଁତଲା, ନିବେଦିତା ହୋତା ପ୍ରଧାନ ଶିକ୍ଷୟତ୍ରୀ, କନ୍ୟାଶ୍ରମ, ସଇଁତଲା, ବିନୋଦ କୁମାର ପାଣିଗ୍ରାହୀ ସଭାପତି (ଓଷ୍ଟା) ରାଜ୍ୟ ସଭାପତି (କଟକ) ଯୋଗଦାନ ପୂର୍ବକ ସ୍ୱସ୍ୱ ମହତ୍ୱପୂର୍ଣ୍ଣ ଦାମୀ ପ୍ରଦାନ କରିଥିଲେ । ହେମନ୍ତ ବେମାଳ (ସ.ଶି) କୁଆଁରଗାଁ ହାଇସ୍କୁଲ, ରଂଜିତା ମିଶ୍ର (ଉପସଭାପତି) ଓଷ୍ଟା ବଲାଙ୍ଗିର ଏବଂ ଶରତ ଚନ୍ଦ୍ର ରାଉତ (ସ.ଶି) ରେଙ୍ଗାଲୀ ହାଇସ୍କୁଲ, କୁଇକେଡ଼ା ପ୍ରଭୃତି ସ୍ମୃତିଚାରଣ କରିଥିଲେ । ସଇଁତଲା ବ୍ଲକର ସମସ୍ତ ହାଇସ୍କୁଲରୁ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ତଥା ଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ । ସଭାଶେଷରେ ମୋନାଲିସା ମହାପାତ୍ର(ସ.ଶି) କେରମେଲି ହାଇସ୍କୁଲ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସଭାପତି(ଓଷ୍ଟା) ବିନୋଦ କୁମାର ପାଣିଗ୍ରାହୀଙ୍କ ଆହ୍ୱାନ କ୍ରମେ ମଞ୍ଚାସୀନ ଅତଥିବୃନ୍ଦ ତଥା ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ମତାନୁସାରେ ଶୋକସନ୍ତପ୍ତ ପରିବାରକୁ ଯଥା ସାଧ୍ୟ ଆର୍ଥିକ ସହଯୋଗ ରାଶି ଯୋଗଇଦେବାର ବ୍ୟବସ୍ଥା କରାଗଲା । ଗଙ୍ଗା ଶ୍ରାଦ୍ଧ ଦିବସରେ ଅର୍ଥାତ୍‌ ତା.୭/୩/୨୨ରେ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଯୋଗଇଦେବାପାଇଁ ଘୋଷଣା କରାଗଲା । ସଇଁତଲା ବ୍ଲକ୍‌ରେ ଏଣୁ ଏଣିକି ଦୁଃଖଦ, ଦୁର୍ଦ୍ଦିନ, ବିପର୍ଯ୍ୟୟ ସମୟରେ ସହଯୋଗ ପାଇଁ “ଶିକ୍ଷକ ମଙ୍ଗଳ ପାଣ୍ଠି” ଗଠନ କରିବା ପାଇଁ ସିଦ୍ଧାନ୍ତ ନିଆଗଲା । ନୂତନ ଅନୁଦାନ ପ୍ରାପ୍ତ ସ୍କୁଲର ଶିକ୍ଷା କର୍ମଚାରୀମାନଙ୍କ ପାଇଁ ଗଠନ କରିବା ପାଇଁ ସିଦ୍ଧାନ୍ତ ନିଆଗଲା । ନୂତନ ଅନୁଦାନ ପ୍ରାପ୍ତ ସ୍କୁଲର ଶିକ୍ଷା କର୍ମଚାରୀଙ୍କ ଚାକିରି ପାଇ ମୃତ୍ୟୁ ପରେ ଥଇଥାନ (ରିହାବିଲିଏସଦ୍‌) ଚାକିରୀ ସର୍ତ୍ତବାଳୀ ପାଇଁ ତଥା ନିର୍ବାଚନରେ ଘୋଷିତ କ୍ଷତିପୂରଣ ଦେବାପାଇଁ ଶିକ୍ଷକ/ଶିକ୍ଷୟତ୍ରୀ ତଥା ସଇଁତଲା ବ୍ଲକ ସ୍ତରୀୟ ଶିକ୍ଷା କର୍ମଚାରୀ, ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ସମ୍ମୁଖରେ ଏବଂ (ଓଷ୍ଟା) ରାଜ୍ୟ ସଭାପତି ବିନୋଦ ପାଣିଗ୍ରାହୀଙ୍କ ସମ୍ମୁଖରେ ଦାବୀ ଜଣାଇଲେ । ଶେଷରେ ସଭାପତି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.