oom

ପୌର ପରିଷଦ ନିର୍ବାଚନ ପାଇଁ ୧୨ ଫର୍ମ କିଣିଲେ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପୌର ପରିଷଦ ନିର୍ବାଚନ ପାଇଁ ଗତକାଲି ବରଗଡ଼ ମ୍ୟୁନିସିପାଲଟିର କାଉନସିଲର ପଦବୀ ପାଇଁ ୧୨ ଜଣ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର କିଣିଥିବା ଜଣାପଡିଛି । ସୁନନ୍ଦା ପଣ୍ଡା ୱାର୍ଡ ନଂ ୧୧ ପାଇଁ ମହମ୍ମଦ ଅଲିମ ୭, ଅଧିକାରୀ ସେଠ ୩, ଈଶ୍ବର ବିଦ୍ୟାସାଗର ଚାନ୍ଦେଲ ୩, ବିକୁଣ୍ଠ ବିଭାର ୭, କୁମାର ଅଭିଷେକ ନାୟକ ୭, ପୂର୍ଣ୍ଣିମା ରାଉତ ୧୬, ରାଜେଶ ଅଗ୍ରୱାଲ ୫, ଦୀପାଞ୍ଜଳି ବାଗ ୧୭, ଜନକ ଅଗ୍ରୱାଲ ୬ ଏବଂ ପ୍ରଭାସିନୀ ମୁଣ୍ଡା ୱାର୍ଡ ନଂ ୧୯ ପାଇଁ ପ୍ରାର୍ଥୀ ପତ୍ର ନିର୍ବାଚନ ଅଧିକାରୀଙ୍କ ଠାରୁ କିଣିଥିଲେ । ଗତକାଲି କୌଣସି ମନୋନୟନ ପତ୍ର ଦାଖଲ ହୋଇନଥିବା ବେଳେ ଅଧ୍ୟକ୍ଷା ପଦବୀ ପାଇଁ ମଧ୍ୟ କୌଣସି ଫର୍ମ ବିକ୍ରି ହୋଇ ନଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.