ମହାଶିବରାତ୍ରି ଅବସରରେ ସିଆର୍‌ପିଏଫ୍‌ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ୧୮୯ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟ ଠାରେ ଗତ ୧ ତାରିଖ ଦିନ ସନ୍ଧ୍ୟା ସମୟରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ବି.ବି. ଶତପଥୀ, ସବ୍‌ଡ଼ିଭିଜନ ଇଲେକ୍ଟ୍ରିକାଲ୍‌ ଅଫିସର କମଳେଶ ପ୍ରଧାନ, ରେଲୱେ ବୁକିଙ୍ଗ ସୁପର ଭାଇଜର ଅଭିନୀତ ଏକ୍ସିସ୍‌ ବ୍ୟାଙ୍କ ମ୍ୟାନେଜର୍‌ ରଶ୍ମି ଦାସ ତଥା ସ୍ଥାନୀୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସିଆର୍‌ପିଏଫ୍‌ ବାଟାଲିୟନ ୧୮୯ କମାଣ୍ଡେଣ୍ଟ ପବଦ ତିୱାରୀ ଅତିଥି ମାନଙ୍କୁ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇଥିବା ପ୍ରତିଭାଗୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଶିବରାତ୍ରି ଜାଗର ପୂଜା ବିଧିବଦ୍ଧ ଭାବରେ ସମାପକ ଶୁଭକାମନା କରାଯାଇ ସମସ୍ତ ପରିବାର ଲୋକଙ୍କୁ ଶୁଭକାମନା କରାଯାଇଥିଲା । ଖାଦ୍ୟପେୟର ମଧ୍ୟ ଆୟୋଜନ ହୋଇଥିଲା । ଏହି ଅବସରରେ ୧୮୯ ବାଟାଲିୟନ୍‌ ସିଆର୍‌ପିଏଫ୍‌ର ସମସ୍ତ ଅଧିକାରୀ, କର୍ମଚାରୀ ତଥା ଯବାନ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.