ମର୍ଯ୍ୟାଦା ସହ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ମର୍ୟ୍ୟାଦା ସହ ଶବ ସତ୍କାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଜରାସିଂହାର ସନ୍ତୋଷିନୀ ଦଣ୍ଡିଆ (୩୮) ଦେଓଗାଁ ଅଞ୍ଚଳରେ ରେଳ ଲାଇନରେ ଆତ୍ମହତ୍ୟା କରିଥିବା ଖବର ପାଇ ଜିଆରପି ପୋଲିସ ଶବକୁ ଉଦ୍ଧାର କରିଥିଲା ଏବଂ ଆଜି ଶବ ବ୍ୟବଚ୍ଛେଦ ହୋଇଥିଲା । କିନ୍ତୁ ଶବ ଚିହ୍ନଟ ପରେ ମଧ୍ୟ ପରିବାର ଲୋକ ଶବକୁ ନେବା ପାଇଁ ମନା କରିଦେଇଥିଲେ । ଏପରିକି ମହିଳା ଜଣଙ୍କର ବାପଘର ଲୋକ ମଧ୍ୟ ପାଖକୁ ଆସିନଥିଲେ । ପରେ ଖବର ପାଇ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟ ମାନେ ବଲାଙ୍ଗିର ସହର ସ୍ଥିତ ବିଭୁତିପଡା ଶ୍ମଶାନରେ ମର୍ଯ୍ୟାଦା ସହ ଶବକୁ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ସୋମନାଥ ମିଶ୍ର, ସଭାପତି ବିବେକାନନ୍ଦ ପଟେଲ, ସମ୍ପାଦକ ବ୍ରଜ ଗୋପାଳ ସିଂ, ପ୍ରିତମ ବରାଡ଼, ଶୁଭ୍ରାନ୍ତ ନନ୍ଦ, ସଂଯୋଗ ସାହୁ, ପ୍ରତୀକ ସାହୁ, କନ୍ଦର୍ପ ରଣା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.