ଖପ୍ରାଖୋଲ ତହସିଲଦାରଙ୍କ ମାନବିକତା : ଦୁର୍ଘଟଣାଗ୍ରସ୍ଥ ଅଚିହ୍ନା ବ୍ୟକ୍ତିକୁ ଡାକ୍ତରଖାନା ପହଞ୍ଚାଇଲେ

ଖପ୍ରାଖୋଲ, (କେପିଏନଏସ) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହିର୍ଲି ଏବଂ ଲୁହାସିଂହା ମଝିରେ ଥିବା ସୁକତେଲ ନଦୀ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଲରମ୍ଭା ଥାନା ଅନ୍ତର୍ଗତ କାଦୋପାଣି ଗ୍ରାମର ପିଣ୍ଟୁ ବରିହା ମଙ୍ଗଳବାର ସନ୍ଧ୍ୟା ୭ଟାରେ ବାଇକ ଯୋଗେ ହିର୍ଲି ଗ୍ରାମରୁ ବାହାରି ଲୁହାସିଂହା ଅଭିମୁଖେ ଆସୁଥିବା ବେଳେ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ବାଇକରୁ ପଡିଯାଇଥିଲେ । ସେହି ସମୟରେ ବାଘମୁଣ୍ଡ ଗ୍ରାମ ତରଫରୁ ପରିଦର୍ଶନ କରି ଫେରୁଥିବା ଖପ୍ରାଖୋଲ ତହସିଲଦାର ଆଦିତ୍ୟ କୁମାର ମିଶ୍ର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ୟକ୍ତିକୁ ଦେଖି ଗାଡ଼ି ଅଟକାଇ ଶୀଘ୍ର ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲେ ଏବଂ ଆହତ ବ୍ୟକ୍ତିକୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ । ପରେ ଆହତ ବ୍ୟକ୍ତିର ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତହସିଲଦାରଙ୍କ ଏହି ମହତ କାର୍ଯ୍ୟ ଦେଖି ଅଞ୍ଚଳରେ ଲୋକେ ବହୁତ ପ୍ରଶଂସା କରୁଛନ୍ତି । ସେପଟେ ଲରମ୍ଭା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.