csstore

ରଂଜିତ ସାହୁ ‘ମୋ ସ୍କୁଲ ଅଭିଯାନ’ରେ ୫୦ ହଜାର ଦାନ କଲେ : ଛୁଟୁଛି ପ୍ରଶଂସା

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ନୂଆଁପାଲିର ୨୦୦୪ ଦଶମ ବ୍ୟାଚର ପୁରାତନ ଛାତ୍ର ରଂଜିତ କୁମାର ସାହୁ ମୋ ସ୍କୁଲ ଅଭିଯାନରେ ୫୦ ହଜାର ଟଙ୍କା ଦାନ କରିଛନ୍ତି । ଶ୍ରୀ ସାହୁ ଆମ୍ବଗାଁ ନିବାସୀ ହୋଇଥିବା ବେଳେ ବର୍ତ୍ତମାନ ଓଡିଶା ଆଦର୍ଶ ବିଦ୍ୟାଳୟ, ଫିରିଙ୍ଗିଆ, କନ୍ଧମାଳରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଜଣେ ମେଧାବୀ ଛାତ୍ର ଭାବେ ମଧ୍ୟ ଖୁବ ଜଣାଶୁଣା ଥିଲେ । ଛାତ୍ର ସମୟରୁ ନିଜ ବିଦ୍ୟାଳୟ ପାଇଁ କିଛି କରିବାର ପ୍ରୟାସ ରଖୁଥିବା ବେଳେ ସରକାରଙ୍କ ମୋ ସ୍କୁଲ ଅଭିଯାନର ସଫଳ ଯୋଜନାକୁ ସେ ଉଚ୍ଚ ପ୍ରଶଂସା କରି ବିଦ୍ୟାଳୟର ବିକାଶ ପାଇଁ ୫୦ ହଜାର ଟଙ୍କା ପ୍ରଦାନ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଖେତୀ ଓ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ତାଙ୍କର ଏହି ମହତ ଦାନ ପାଇଁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଅଞ୍ଚର ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସାଧାରଣରେ ମଧ୍ୟ ତାଙ୍କର ଏଭଳି କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି ।

jayashree
Leave A Reply

Your email address will not be published.