jayashree

ରକ୍ତଦାନ କଲେ କୁଲୁତା ସମାଜର ଯୁବ ସଦସ୍ୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଡୁଙ୍ଗୁରିପାଲି ଗ୍ରାମର ପରମେଶ୍ୱର ସାହୁ ଗତ ୨୭ତାରିଖରୁ ଭୀମ ଭୋଇ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ପରିମାଣ ୩.୨ ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ କହିଥିଲେ । ତାଙ୍କ ପୁତ୍ର ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଏ.ବି. ପୋଜିଟିଭ୍‌ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଖବର ପାଇବା ମାତ୍ରେ ଆଗଲପୁର ବ୍ଲକ ବୁଦୁଲା ଗ୍ରାମର ବିବେକାନନ୍ଦ ଭୋଇ ୪୦ କିମି ଦୂରରୁ ଆସି ରକ୍ତଦାନ କରିଥିଲେ ଓ ବ୍ୟକ୍ତିଗତ ଭାବେ ପରମେଶ୍ୱର ସାହୁଙ୍କୁ ଏକହଜାର ଟଙ୍କା ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ରକ୍ତଦାନ ସମୟରେ ଜିଲ୍ଲା ଯୁବ ସଭାପତି ଅସୀମ କୁମାର ଭୋଇ, ପୁଇଁନ୍ତଲା ବ୍ଲକ ଯୁବ ସଦସ୍ୟ ରମେଶ ପ୍ରଧାନ ଓ ବିଭୁତି ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିବେକାନନ୍ଦ ଭୋଇଙ୍କ ଏଭଳି ମହତ କାର୍ଯ୍ୟକୁ ଅତାବିରା ଜନକଲ୍ୟାଣ କୁଲୁତା ସମାଜର ସଭାପତି ଦିବାକର ପ୍ରଧାନ, କୋମନା କୁଲୁତା ସମାଜର ବରିଷ୍ଠ ସଭ୍ୟ ବିରେନ୍ଦ୍ର ପ୍ରଧାନ ଭୂୟସି ପ୍ରଶଂସା କରିଥିଲେ ।

Leave A Reply

Your email address will not be published.