ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ଶଙ୍କର୍ଷଣଙ୍କ ବିଜୟ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି ବିଜେଡିର ୦୩ ନମ୍ବର ଜୋନର ଜିଲା ପରିଷଦ ପ୍ରାର୍ଥୀ ଭାବେ ଶଙ୍କର୍ଷଣ ପ୍ରଧାନ । ଶ୍ରୀ ପ୍ରଧାନ ଖଟଖଟିଆ ଗ୍ରାପର ଅଧିବାସୀ ଥିବା ବେଳେ ୦୮ ଗୋଟି ପଂଚାୟତକୁ ନେଇ ଗଠିତ ୦୩ ନଂ. ଜିଲା ପରିଷଦ ଜୋନ ମନମୁଣ୍ଡା, ଘିକୁକଣ୍ଢି, ବରଗୋଛା, ଯୋଗୀନ୍ଦ୍ରପୁର, ଗୁଡ଼ଭେଳି ପଦର, ବିଳାଶପୁର, ଶୁଣ୍ଢିପଦର ଓ ଖଟଖଟିଆ ଗ୍ରାପକୁ ନେଇ ଗଠିତ । ଗତ ବିଧାନସଭା ନିର୍ବାଚନରେ ଏହି ଜୋନରେ ବିଜେପି ଅଧିକ ଭୋଟ ପାଇଥିବା ବେଳେ ଚଳିତ ପଂଚାୟତ ନିର୍ବାଚନରେ ୩୦୬୪୭ ମତଦାନ ହୋଇଥିଲା । ଏଥିରେ ଶ୍ରୀ ପ୍ରଧାନ ୧୭୯୩୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରମେଶ ପ୍ରସାଦ ମିଶ୍ର ମୋଟ ୬୯୯୬ ଖଣ୍ଡ ଭୋଟ ପାଇଛନ୍ତି । ୧୦୯୩୫ ଖଣ୍ଡ ଭୋଟ ବ୍ୟବଧାନରେ ବୌଦ୍ଧ ଜିଲାରେ ସର୍ବକାଳୀନ ରେକର୍ଡ ବିଜୟ ହୋଇଥିବା ଜଣାପଡିଛି । ଶ୍ରୀ ପ୍ରଧାନ ସରପଞ୍ଚ, ବ୍ଲକ ଉପାଧ୍ୟକ୍ଷ, ଅଧ୍ୟକ୍ଷ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଆସିଥିବା ବେଳେ ବିଗତ ୨୦୧୭ ନିର୍ବାଚନରେ ତାଙ୍କର ଧର୍ମପତ୍ନୀଙ୍କୁ ଅଧ୍ୟକ୍ଷ ପଦବୀରେ ମଧ୍ୟ ଅଧିଷ୍ଠିତ କରାଇଥିଲେ । ଏଭଳି ରେକର୍ଡ ଭୋଟରେ ବିଜୟ ହେବା ପରେ ଜିଲ୍ଲାରେ ତାଙ୍କର ସମର୍ଥକ ଶୁଭେଚ୍ଛୁ ମାନେ ତଥା ବିଜେଡି ଦଳରେ ଖୁସିର ଲହର ଖେଳିଯାଇଛି ।

Leave A Reply

Your email address will not be published.