ପାଇକମାଲ ସହରର ରାସ୍ତା ସମସ୍ୟାର ସମାଧାନ ହେବ କେବେ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସହରର ଦିନ ପରେ ଦିନ ବିତି ଯାଇଥିଲେ ସୁଦ୍ଧା ସହରର ସମସ୍ୟା ବୃଦ୍ଧି ହେବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା ମାନଙ୍କରେ ଡ୍ରେନ, ରାସ୍ତା କଡରେ କୁଢ଼କୁଢ଼ ମଇଳା ଗଚ୍ଛିତ ଥିବା ବେଳେ ରାସ୍ତାରେ ପାଣି ଜମି ରହି ଲୋକଙ୍କ ପାଇଁ ବିପଦ ସାଜିଥିବା ବେଳେ ପାଇକମାଲ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି । ପାଇକମାଲରେ ବ୍ଲକ ଉନ୍ନୟନ ଅଧିକାରୀ, ଥାନା, ଡାକ୍ତରଖାନା, ପଞ୍ଚାୟତ ଆଦି ସବୁ କାର୍ଯ୍ୟାଳୟ ଥାଇ ମଧ୍ୟ ଉପରିସ୍ଥ କର୍ମଚାରୀଙ୍କର ଖାମଖିଆଲ ମନୋଭାବ ଯୋଗୁଁ ପାଇକମାଲ ସହରର ପରିବେଶ ବିଗିଡିବାରେ ଲାଗିଛି । ପାଇକମାଲ ମୁଖ୍ୟ ଛକ ଠାରୁ ଯୁକୋ ବ୍ୟାଙ୍କ ପର୍ଯ୍ୟନ୍ତ ମଇଳା ଜମା ରହିଥିବା ବେଳେ ରାସ୍ତା କାଦୁଅ ସରସର ହୋଇ ପଡିରହିଛି । ଫଳରେ ଲୋକଙ୍କ ଯିବା ଆସିବା ପାଇଁ ପ୍ରତିବନ୍ଧକ ସାଜିଥିବା ବେଳେ ବାରମ୍ବାର ଦୁର୍ଘଟଣା ମଧ୍ୟ ଘଟୁଥିବା ନଜର ରହିଛି । ପାଇକମାଲ ସହର ମଧ୍ୟରେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ରହିଥିବା ସ୍ଥଳେ ତୀର୍ଥ ଯାତ୍ରୀଙ୍କର ଆଶକ୍ତି କମିବାରେ ଲାଗିଛି । ପାଇକମାଲ ସହରର ଜନସାଧାରଣରେ ଦାବୀ ହେଉଛି ଯେ ଏ ପ୍ରତି ବ୍ଲକ ବିଡ଼ିଓ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କଲେ ଅଞ୍ଚଳର ଜନ ସାଧାରଣ ଉପକୃତ ହେବେ ।

Leave A Reply

Your email address will not be published.