csstore

କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରଠାରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨ ବର୍ଷ ହେଲା କରୋନା ମହାମାରୀ ଯୋଗୁଁ ସମସ୍ତ ବିଦ୍ୟାଳୟ ବନ୍ଦ ଥିବା ବେଳେ ବଲାଙ୍ଗିର ଜିଲ୍ଲା କଦମପଡା ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରଠାରେ ଆଜି ସ୍କୁଲ ଖୋଲିବାର ପ୍ରଥମ ଦିନରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଦେଇ ଶଙ୍ଖ ଧ୍ୱନି ସହିତ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅବିଭାବକ ଅବିଭାବିକା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ କରତାଳି ମାଧ୍ୟମରେ ଉତ୍ସାହିତ କରି ସ୍ୱାଗତ କରିଥିଲେ ।

jayashree
Leave A Reply

Your email address will not be published.