ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାର ୧୪ଟି ଜୋନ ମଧ୍ୟରୁ ପ୍ରଥମ ଦିନର ଭୋଟ ଗଣତିରେ ଜୋନ ନମ୍ବର ୧, ୪, ୭, ୧୦, ୧୨ର ଫଳାଫଳ ବାହାରି ସାରିଛି । ସିନାପାଲି ବ୍ଲକ ଜୋନ ନମ୍ବର ୧୨ରେ ଭୋଟ ଗଣନା କାର୍ଯ୍ୟକ୍ରମ ଶେଷ ହୋଇଥିବା ବେଳେ ଜୋନ ନମ୍ବର ୧୨ର କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ତପସ୍ୱିନୀ ମାଝୀଙ୍କ ଠାରୁ ୪୬୯୯ ଖଣ୍ଡ ଭୋଟରେ ଆଗୁଆ ରହି ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ପୁଷ୍ପାଞ୍ଜଳି ଗୁଆଲ ବିଜୟ ଲାଭ କରିଛନ୍ତି । ପୂର୍ବରୁ ଶ୍ରୀମତୀ ପୁଷ୍ପାଞ୍ଜଳି ଗୁଆଲ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇ ସେବା କରିବାରେ ସୁଯୋଗ ପାଇଥିଲେ । ଚଳନ୍ତି ପଞ୍ଚାୟତ ନିର୍ବାଚନରେ ଦଳ ତରଫରୁ ଶ୍ରୀମତୀ ଗୁଆଲଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଚୟନ କରାଯାଇଥିଲା । ଯାହାକି କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ତପସ୍ୱିନୀ ମାଝୀଙ୍କ ଠାରୁ ୪୬୯୯ ଖଣ୍ଡ ଭୋଟରେ ଆଗୁଆ ରହି ବିଜେଡି ଦଳକୁ ବାଜିମାତ କରିଛନ୍ତି । ସିନାପାଲିରେ ଆପଣଙ୍କୁ ଲୋକମାନେ କାହିଁକି ଭୋଟ ଦେଲେ ଏବଂ ବିଜେଡ଼ିକୁ ଲୋକମାନେ କାହିଁକି ପସନ୍ଦ କଲେ ବୋଲି ପଚାରିବାରୁ ପ୍ରତିକ୍ରିଆରେ ଶ୍ରୀମତୀ ଗୁଆଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଜନ ହିତକର ଯୋଜନା ସହିତ ବିଜୁ ଆବାସ ଯୋଜନା ଏବଂ ରାସନ କାର୍ଡ ଜରିଆରେ ଲୋକମାନେ ବହୁତ ଗୁଡିଏ ସୁବିଧା ପାଉଥିବାରୁ ଓଡ଼ିଶାରେ ବେଶୀ ମାତ୍ରାରେ ବିଜେଡ଼ିକୁ ପସନ୍ଦ କରୁଛନ୍ତି । ଯେହେତୁ ମୁଁ ଦୁଇଥର ସରପଞ୍ଚ ପଦରେ ରହି ଲୋକମାନଙ୍କ ସେବା କରିଥିଲି ସେଥିପାଇଁ ଦଳ ମୋ’ ଉପରେ ଭରସା କରି ଦଳୀୟ ପ୍ରାର୍ଥିନୀ ଭାବେ ଚୟନ କରିଛି । ମୁଁ ସୁଚାରୁ ରୂପେ ଏହି ପଦକୁ ପରିଚାଳିତ କରିପାରିବି ବୋଲି ଆଶା କରୁଛି ।