ଗଞ୍ଜାମ ଜିଲ୍ଲାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମଗ୍ର ଗଞ୍ଜାମ ଜିଲ୍ଲାରେ ଭୋଟ ଗ୍ରହଣ ଶାନ୍ତିପୂର୍ଣ୍ଣ ଭାବେ ସମାହିତ ହୋଇଥିବା ନେଇ ଗଞ୍ଜାମ ଜିଲ୍ଲାର ସମସ୍ତ ଭୋଟର ଭାଇ ଓ ଭଉଣୀମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାଧୁବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । ଜିଲ୍ଲାର ଭୋଟର ଭାଇ ଓ ଭଉଣୀମାନଙ୍କ ପାଖରେ ରହିଥିବା ମାନବିକତା ଓ ସରକାରୀ ପ୍ରଶାସନ କଳକୁ ସମ୍ମାନ ପ୍ରଦାନ ଭଳି ମମତା ଥିବା ନେଇ ଜିଲ୍ଲାପାଳ ଖୁସିବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଏବଂ ପୌର ନିର୍ବାଚନ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମାହିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଜନତାଙ୍କୁ ଅନୁରୋଧ କରିଛନ୍ତି । ଏ ସମସ୍ତ ଦିଗରେ ଗଣମାଧ୍ୟମ ପ୍ରତିନିଧି ତଥା ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ଭୂମିକା ଅନେକ କ୍ଷେତ୍ରରେ ସହଯୋଗ କରିଥିବା ନେଇ ଜିଲ୍ଲାପାଳ ସାମ୍ବାଦିକଙ୍କ ଭୂୟସୀ ପ୍ରସଂଶା କରଛନ୍ତି । ଭୋଟର ସଚେତନତା ଦିବସ ଅବସରରେ ଶୁକ୍ରବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ଆଗରେ ଏହି ବିଷୟରେ ଉପସ୍ଥାପନ କରି ଖୋଦ ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.