ଟ୍ରିକାପଡ଼ାରେ ଯୁବକଙ୍କ ଆତ୍ମହତ୍ୟା : ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟିକ୍ରାପଡ଼ାର ନିଖିଳ ଉଦ୍‌ଗାତା ନାମକ ଜଣେ ୨୨ ବର୍ଷୀୟ ଯୁବକ କୌଣସି କାରଣରୁ ଗତକାଲି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ କେନ୍ଦ୍ରଠାରେ ତାଙ୍କ ମୃତଦେହଟିକୁ ଶବ ବ୍ୟବଚ୍ଛେଦ କଲାପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.