ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ

ଜୟପୁର : ବୋରିଗୁମ୍ମା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରବୀଣ ହୋତା ଚାକିରି କରାଇ ଦେବାକୁ କହି ଜଣଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ ବୋରିଗୁମ୍ମା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବା ଜଣାପଡିଛି ।

କନିଷ୍ଠ ଯନ୍ତ୍ରୀ ପ୍ରବୀଣ ହୋତାଙ୍କ ନାଁରେ ବିଦ୍ୟୁତ ଉପଭୋକ୍ତାଙ୍କ ଠାରୁ ଲାଞ୍ଚ ନେଉଥିବା ନେଇ ଅନେକ ଅଭିଯୋଗ ହୋଇଥିବା ବେଳେ ଅଭିଯୋଗକୁ ଭିତ୍ତି କରି ଜୟପୁର ଭିଜିଲାନ୍ସ ଟିମ ବୋରିଗୁମ୍ମା ସ୍ଥିତ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିବା ଜଣାପଡିଛି । ସେହିପରି ସେମିଳିଗୁଡା ଓ ବୋରିଗୁମ୍ମା ଘର ସମେତ ୩ଟି ସ୍ଥାନରେ ଭିଜିଲାନ୍ସର ୩ଟି ଟିମ୍‌ ଚଢାଉ ଜାରି ରଖିଥିବା ସୂଚନା ରହିଛି ।

Leave A Reply

Your email address will not be published.