କରିପାରିଲେନି ମତଦାନ : ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଞ୍ଚାୟତ ନିର୍ବାଚନରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ଭୋଟ କେନ୍ଦ୍ରକୁ ଆସିଥିବା ଜଣେ ମହିଳା ଭୋଟର ମତଦାନ ପାଇଁ ଧାଡିରେ ଛିଡା ହୋଇଥିବା ବେଳେ ହଠାତ ତାଙ୍କ ପ୍ରାଣ ବାୟୁ ଉଡିଯାଇଥିଲା । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ସଇଁତଲା ବ୍ଲକ କେରମେଲି ପଞ୍ଚାୟତର ବନାରସ୍ ଗାଁରେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାର ବନାରସ ଗାଁରେ ପଞ୍ଚମ ପର୍ଯ୍ୟୟ ଭୋଟ ଗ୍ରହଣ ଚାଲିଥିବା ବେଳେ ସଇଁତଲା ବ୍ଲକ ବନାରସ ଗାଁର ୮ ନମ୍ବର ବୁଥରେ ଗୁଳାପୀ ମହାକୁର ମତଦାନ କରିବାକୁ ଲାଇନରେ ଛିଡ଼ା ହୋଇଥିଲେ । ହଠାତ୍ ଗୁଲାପୀ ଅଚେତ ହୋଇଯାଇଥିଲେ । ତାଙ୍କ ପାଖରେ ଥିବା ଭୋଟର ଓ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଉଥିବା ବେଳେ ବାଟରେ ମହିଳାଙ୍କ ମୃତ୍ୟ ଘଟିଥିଲା । ଗୁଲାପୀଙ୍କ ପରିବାରରେ ଦୁଇ ପୁଅ ଓ ଝିଅ ଥିବାବେଳେ ତାଙ୍କ ସ୍ୱାମୀ ଜିଲ୍ଲା ବାହାରେ ଶ୍ରମିକ ଭାବରେ କାମ କରୁଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.