jayashree

ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଲା ଆମେରିକା

କ୍ୱିବ : ୟୁକ୍ରେନକୁ ସୈନ୍ୟ ସହଯୋଗ କରିବାରେ ମୁହଁ ମୋଡିଛି ଆମେରିକା । ଆମେରିକରା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହା ସ୍ପଷ୍ଟ କରି ଦେଇଛନ୍ତି । ୟୁକେନକୁ ସହଯୋଗ ପାଇଁ ନାଟୋ ସହ ତଥା ଅନ୍ୟ ସହଯୋଗୀ ଦେଶ ମାନଙ୍କ ସହ ଆଲୋଚନା କରି ଏହାର ପ୍ରତିକାର ପଥ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି । ପୁଣି ଆହୁରି ଅଧିକ ଆର୍ଥିକ ପ୍ରତିବନ୍ଧକ ରୁଷ ଉପରେ କଷାଯିବାକୁ ସେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ରୁଷର ରକେଟ ବୋମାମାଡ ଓ ଗୁଳି ବର୍ଷଣରେ ୟୁକ୍ରେନର ଅନେକ କ୍ଷତି ଘଟି ସାରିଛି । ୟୁକ୍ରେନ୍‌ର ରାଷ୍ଟ୍ରପତି ନାଟୋ ସହ ସଂଶ୍ଲିଷ୍ଟ ଥିବା ୨୭ଟି ଦେଶ ସହ କଥାବାର୍ତ୍ତା କରିଥିଲେ ମଧ୍ୟ କାହାଠାରୁ ସେନା ସହଯୋଗ ପାଇବା ଭଳି ସ୍ଥିତି ଦେଖାଯାଉ ନଥିବା ଜଣାପଡିଛି । ଏବେ ୟୁକ୍ରେନର ରାଜଧାନୀ କ୍ୱିବ ଆଡକୁ ମୁହାଁଇଛି ରୁଷ ସେନା । ୟୁକ୍ରେନର ବଡ ବଡ ସହରମାନଙ୍କ ଉପରେ ବୋମାମାଡ ହୋଇସାରିଥିବା ବେଳେ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ୟୁକ୍ରେନରେ । ରୁଷର ଆକ୍ରମଣରେ ମୁହଁତୋଡ ଜବାବ ଦେଉଥିବା ୟୁକ୍ରେନ ଦାବୀ କରୁଛି । କିନ୍ତୁ ଆହୁରି ଆହୁରି ଅସମ୍ଭାଳ ହେବାରେ ଲାଗିଛି ୟୁକ୍ରେନ ସ୍ଥିତି ।

Leave A Reply

Your email address will not be published.