ସାମ୍ବାଦିକମାନଙ୍କ ଉପରେ ବାରମ୍ବାର ଆକ୍ରମଣକୁ ବିରୋଧ କରି ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ । ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ସମୟରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମାଡମାରିବା ଘଟଣାକୁ ସଂଘ ପକ୍ଷରୁ ନିନ୍ଦା କରିଥିଲେ । ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଦୋଶୀମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀକରି ନିର୍ବାଚନ କମିସନର, ପୋଲିସ ମହାନିର୍ଦ୍ଦେଶକ, ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ ଉପଅଧିକ୍ଷକଙ୍କୁ ଲିଖିତ ଭାବେ ଦୃଷ୍ଟି ଗୋଚର କରାଯାଇଛି । ସଂଘର ସଭାପତି ପ୍ରଶନ୍ନ କୁମାର ପଟ୍ଟନାୟକ ଓ ସାଧାରଣ ସଂପାଦକ ସତ୍ୟ ସ୍ଵରୂପ ଦାସଙ୍କ ନେତୃତ୍ବରେ ଜିଲ୍ଲାର ପ୍ରାୟ ୫୦ରୁ ଉର୍ଦ୍ଧସାମ୍ବାଦିକ ସାମିଲ ହୋଇ ପ୍ରତିବାଦ କରିବା ସହିତ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ ମାଡମାରିବା ଘଟଣାକୁ ନିନ୍ଦାକରିବା ସହିତ ସାମ୍ବାଦିମାନଙ୍କ ସୁରକ୍ଷା ଦାବୀକରି ଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.