
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁବରାଜ ପଧାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ଗୁରୁମା କଲ୍ୟାଣୀ ମିଶ୍ର ମାତୃଭାଷା ଦିବସ ବିଷୟରେ ଆଲୋକପାତ କରିଥିବା ବେଳେ ଗୁରୁମା ମୀନତି ମେହେର ସଂଯୋଜନା କରିଥିଲେ । ସେହିପରି ଶିଶୁ ମନ୍ଦିର ପରିସରରେ ଦିବା ପର୍ଯ୍ୟାୟ ପ୍ରମୁଖ ଗୁରୁମା ସୁଶ୍ରୀ ମୀନତି ପଟ୍ଟନାୟକ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆରମ୍ଭ କରିଥିଲେ । ବୁଲୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ପ୍ରଦୀପ ରାଜହଂସ ଗୁରୁଜୀ ବିଷୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତିତ୍ୱ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏôଥରେ ଦେବରାଜ ଡନଶନା ଓ ସତ୍ୟ ନାରାୟଣ ସାହା ଗୁରୁଜୀ ସହଯୋଗ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ କରିଥିଲେ ।
