csstore

ନେହୁରୁ ଯୁବ କେନ୍ଦ୍ର ସଂଗଠନ ଆନୁକୂଲ୍ୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନେହୁରୁ ଯୁବ କେନ୍ଦ୍ର ସଂଗଠନ ବ୍ରହ୍ମପୁର, ଗଞ୍ଜାମ ଆନୁକୂଲ୍ୟରେ ଖଲ୍ଲିକୋଟସ୍ଥ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ସାମାଜିକ ନ୍ୟାୟ ଦିବସ ପାଳନ ହୋଇଯାଇଛି । ଏଥିରେ ଉକ୍ତ ବିଦ୍ୟାଳୟର ଛାତ୍ରୀ ସସ୍ମିତା ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ ଜଣାଇ ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅର୍ଥନୀତି ବିଭାଗର ମୁଖ୍ୟ ଡଃ. ଅଲେଖ ଚନ୍ଦ୍ର ମହାନ୍ତି, ଓଡ଼ିଆ ବିଭାଗର ମୁଖ୍ୟ ଶ୍ରୀମତୀ ସନ୍ଧ୍ୟାରାଣୀ ତ୍ରିପାଠୀ, ଅଧ୍ୟାପିକା ଡଃ. ଶର୍ମିଷ୍ଠା ମହାପାତ୍ର ଏବଂ ଅଧ୍ୟାପିକା ଶ୍ରୀମତୀ ଚାରୁପ୍ରଭା ନାୟକ ଯୋଗ ଦେଇଥିଲେ ଏବଂ ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସାମାଜିକ ନ୍ୟାୟ, ଜାତିଆଣ ଭେଦଭାବ ଏବଂ ଲିଙ୍ଗଗତ ଭେଦଭାବ ବିଷୟରେ କିଛି ମହତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ ଯାହାକି ଭବିଷ୍ୟତରେ ଯୁବ ପିଢ଼ିଙ୍କ ଉପରେ ପ୍ରଭାବ ପକାଇବ । ଏଥିରେ ନେହୁରୁ ଯୁବ କେନ୍ଦ୍ରର ସ୍ବେଛାସେବୀ ଧ୍ରୁବ ଚରଣ ମଲ୍ଲିକ, ରଶ୍ମିତା ଗୌଡ଼ ସହଯୋଗ କରିଥିଲେ ଏବଂ ଶେଷରେ ଡଃ. ଶର୍ମିଷ୍ଠା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.